୧ବର୍ଷ ପାଇଁ ଭଡ଼ାରେ ନିଅନ୍ତି ମହିଳାଙ୍କୁ, ଏଥିପାଇଁ ୧୫ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼େ ମୂଲ୍ୟ

ମଧ୍ୟପ୍ରଦେଶ ୧୧।୩: ଦେଶରେ ଏମିତି ବହୁତ ରୀତି ନୀତି ଓ ପରମ୍ପରା ଅଛି, ଯାହା ବହୁ ବର୍ଷ ଧରି ଚାଲିଆସୁଛି। ମାତ୍ର ଆଜି ବି ଏମିତି କିଛି ଶୁଣିବାକୁ ମିଳେ ଯାହା ସହଜରେ ବିଶ୍ବାସ କରି ହୁଏନା। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଏଭଳି ସ୍ଥାନ ସମ୍ପର୍କରେ, ଯେଉଁଠି ମହିଳାଙ୍କୁ ଭଡ଼ାରେ ନେଇ ନିଜ ସ୍ତ୍ରୀ ବୋଲି କହିଥାନ୍ତି। କେବଳ ସେତିକି ନୁହେଁ ଏଠାରେ ଏକ ପ୍ରଥା ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେହି ପ୍ରଥା ସମ୍ପର୍କରେ…
ମଧ୍ୟପ୍ରଦେଶ ଭାରତର ଏକ ସୁପ୍ରସିଦ୍ଧ ସମୃଦ୍ଧି ରାଜ୍ୟ। ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ନାମକ ଏକ ସ୍ଥାନରେ ‘ଧଡ଼ିଚା ପ୍ରଥା’ ବହୁ ପ୍ରଚଳିତ। ପ୍ରତି ବର୍ଷ ଶିବପୁରୀ ନାମରେ ଏହି ସ୍ଥାନରେ ଏକ ବଜାର ଲାଗେ। ଅର୍ଥାତ୍ ମହିଳାଙ୍କୁ ଭଡ଼ାରେ ଦେବା ଭଳି ପ୍ରଥା ଅଟେ।

୧ବର୍ଷ ପାଇଁ ଯେକୈାଣସି ମହିଳାଙ୍କୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କରିବା ପାଇଁ ଭଡ଼ାରେ ନେଇପାରିବେ। ମହିଳାଙ୍କ ମୂଲ୍ୟ ୧୫ହଜାରରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ରହିଛି।
ଏହି ପ୍ରଥା ଅନୁସାରେ, ମହିଳାଙ୍କୁ ନିଜର ଘରବାଲା ନିଜ ଖୁସିରେ ୧ବର୍ଷ ପାଇଁ ଅନ୍ୟ ପୁରୁଷକୁ ନିଜ ଝିଅଙ୍କୁ ଟେକି ଦେଇଥାନ୍ତି ଏବଂ ଝିଅର ବାହାଘର ସେହି ପୁଅ ସହିତ କରାଇଥାନ୍ତି।
ସେହି ବ୍ୟକ୍ତି ଯଦି ଚାହିଁବ ତ ସେହି ଝିଅକୁ ୧ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବି ରଖିପାରିବ। ଏଥିପାଇଁ ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାଏ। ଏସବୁ ପାଇଁ ୧୦ରୁ ଆରମ୍ଭ କରି ୧୦୦ଟଙ୍କା ପର୍ଯ୍ୟନ୍ତ ସ୍ଟାମ୍ପ ପେପରରେ ଉଭୟଙ୍କ ପୂରା ଠିକଣା ଲେଖିବାକୁ ପଡ଼ିଥାଏ। ମଧ୍ୟପ୍ରଦେଶରେ ମହିଳାଙ୍କୁ ଭଡାରେ ନେବା ଭଳି କୁପ୍ରଥା ଆଜିର ନୁହେଁ, ଦୀର୍ଘ କାଳରୁ ଏଭଳି ପ୍ରଥା ଚାଲିଆସୁଛି।