PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୁରୁଷଙ୍କ ପାଇଁ ଏଭଳି ଆଇନ ନରହିବା ଦୁର୍ଭାଗ୍ୟଜନକ -ଘରୋଇ ହିଂସା ଆଇନକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟ

https://www.dnaindia.com/

ଚେନ୍ନାଇ :ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଏକ ରାୟରେ କହିଛନ୍ତି ଯେ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଯେପରି ଘରୋଇ ହିଂସା ଆଇନ ପ୍ରଣୟନ କରାଯାଇଛି, ପୁରୁଷମାନଙ୍କ ପାଇଁ ସେଭଳି ଆଇନ ନରହିବା ଅତି ଦୁର୍ଭାଗ୍ୟଜନକ । ଏହାଯୋଗୁ ମିଛ ଅଭିଯୋଗ କରି ସ୍ୱାମୀମାନଙ୍କୁ ହଇରାଣ କରୁଥିବା ମହିଳାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ହେଉଛି ।

ପି ଶଶୀକୁମାର ନାମକ ଜଣେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ବିଚାର କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଶଶୀକୁମାର ନିଜ ଆବେଦନରେ ଦର୍ଶାଇଥିଲେ ଯେ ୨୦୧୫ରେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ନିର୍ଯାତନା ଦେଉଥିବାର ଅଭିଯୋଗ କରିଥିଲେ । ସେ ଘରୋଇ ହିଂସା ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ତାଙ୍କ ଠାରୁ ଛାଡପତ୍ର ନେବାକୁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଶଶୀକୁମାର କୋର୍ଟରେ ପାଲଟା ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉନଥିଲେ । ବରଂ ତାଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେଉଥିଲେ । ଏମିତିକି ତାଙ୍କ ପତ୍ନୀ ସ୍ୱଇଛାରେ ତାଙ୍କୁ ଛାଡି ଚାଲିଯାଇଥିଲେ । ଉଭୟଙ୍କ ଆବେଦନ ଉପରେ ନିମ୍ନ ଅଦାଲତ ରାୟ ଦେବାର କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଅନୁମାନ କରିନେଲେ ଯେ ରାୟ ହୁଏତ ତାଙ୍କ ସ୍ୱାମୀଙ୍କ ସପକ୍ଷରେ ଯାଇପାରେ । ତେଣୁ ରାୟ ପ୍ରକାଶ ପାଇବାର ଠିକ୍‌ ୪ ଦିନ ପୂର୍ବରୁ ସେ ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ତାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କଲେ ଏବଂ ତାଙ୍କ ବିରୋଧରେ ଘରୋଇ ହିଂସା ଆଇନ ଅଧୀନରେ ମାମଲା ଦାୟର ହୋଇଥିବା ସମ୍ପର୍କରେ ଅବଗତ କରାଇଥିଲେ ।

ଏହାପରେ ବିଭାଗର ନିର୍ଦ୍ଦେଶକ ଗତ ବର୍ଷ ଫେବ୍ରୁଆରୀରେ ତାଙ୍କୁ ସେବାରୁ ନିଲମ୍ବିତ କରିଦେଇଥିଲେ । ତାଙ୍କ ପତ୍ନୀଙ୍କ ଦ୍ୱାରା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ତାଙ୍କୁ ଅଯଥାରେ ଦଣ୍ଡିତ କରିଛି । ଶଶୀକୁମାରଙ୍କ ଆବେଦନ ଉପରେ ଶୁଣାଣି କରି ବିଚାରପତି ଏସ ବୈଦ୍ୟନାଥନଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ପୂରା ମାମଲାରୁ ସ୍ପଷ୍ଟ ହେଉଛି କି ଆବେଦନକାରୀଙ୍କ ପତ୍ନୀ ଛାଡପତ୍ର ଉପରେ କୋର୍ଟଙ୍କ ରାୟ ସମ୍ପର୍କରେ ଆଗୁଆ ଅନୁମାନ କରି ତାଙ୍କୁ ହଇରାଣ କରିବା ପାଇଁ ଏପ୍ରକାର ଅଭିଯୋଗ କରିଥିଲେ । ଏହା ଆଧାରରେ ତାଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ହୋଇନାହିଁ । ତେଣୁ ତାଙ୍କୁ ୧୫ ଦିନ ଭିତରେ ପୁଣି ଥରେ ସେବାରେ ବାହାଲ କରାଯାଉ । ହାଇକୋର୍ଟ ଏହି ସମୟରେ କହିଛନ୍ତି ଯେ ଅନେକ ସମୟରେ ମହିଳାମାନେ ବି ପୁରୁଷମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରୁଛନ୍ତି ଏବଂ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି । କିନ୍ତୁ ଏଭଳି ମହିଳାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୁଷମାନଙ୍କ ପାଇଁ ଘରୋଇ ହିଂସା ଆଇନ ଭଳି କିଛି ଆଇନ ନାହିଁ । ଏହାଯୋଗୁ ଏଭଳି ସମସ୍ୟା ବଢ଼ିଚାଲିଛି ।