ରୁମାଲ ବାନ୍ଧିଲେ ଫାଇନ୍‌ ଦେବେ – କାର ଭିତରେ ମଧ୍ୟ ମାସ୍କ ଜରୁରୀ

ନୂଆଦିଲ୍ଲୀ , ୦୯ ଅଗଷ୍ଟ – ଏବେ ଆପଣ ଯଦି ନିଜର ପ୍ରାଇଭେଟ୍‌ କାରରେ ଯାଉଛନ୍ତି ଆଉ , ମାସ୍କ ପିନ୍ଧିନାହାନ୍ତି ତ  ଧରାପଡ଼ିଲେ ଚାଲାଣ କଟିବ ଏବଂ ଜେଲ ମଧ୍ୟ ଯାଇପାରନ୍ତି ।  ଦିଲ୍ଲୀ ପୁଲିସ୍‌  ଏହି ଗାଇଡ୍‌ ଲାଇନ୍‌ ଟୁ ହ୍ୱିଲରରେ ଯାଉଥିବା ଲୋକଙ୍କ ପାଇଁ ବି ଲାଗୁ କରିଛି । ପ୍ରକୃତ କଥା ହେଲା ଅଧିକାଂଶ ଲୋକ ନିଜର ବାଇକ୍‌ରେ  ବିନା ମାସ୍କରେ ଯାତାୟାତ କରୁଛନ୍ତି ।  ଏବେ କାର୍‌ ଯାତ୍ରୀଙ୍କ ପାଇଁ ସବୁଠୁ ଅଧିକା ଜୋରିମାନା ଲାଗୁ ହୋଇଛି ।  ଯଦି କାରରେ ଦୁଇ ଜଣ ଅଛନ୍ତି ତ ମାସ୍କ ପିନ୍ଧିବା ନିହାତି ଜରୁରୀ ।  ପୁଲିସ୍‌ର କହିବା ହେଲା କାର୍‌ ନିଜର ପ୍ରାଇଭେଟ୍‌ ସ୍ପେସ୍‌ , ହେଲେ ଗାଡ଼ିରେ ଯଦି ଜଣକରୁ ଅଧିକ ଲୋକ ଥାନ୍ତି ତ ସଂକ୍ରମଣ ହେବାର ବିପଦ  ବଢ଼ିଥାଏ ।

ଏହି ସମୟରେ ଦିଲ୍ଲୀରେ ପୁଲିସ୍‌ ଗୋଟିଏ ଦିନରେ ୧୨୦୦ରୁ ୧୫୦୦ ଚାଲାଣ  ମାସକ୍ ନପିନ୍ଧିଥିବା କାରଣରୁ କାଟିଛି । ଅଧିକାରୀମାନେ କହିଛନ୍ତି କି ,  ଅଧିକାଂଶ ଲୋକ  ରିହାଇଶି  ଅଞ୍ଚଳର ଆଖପାଖରେ ନିୟମକୁ ଉଲ୍ଲଂଘନ କରିବାର ନଜର ଆସିଛି। ପୁଲିସ୍‌ର କହିବାହେଲା  ଅଧିକାଂଶ ଲୋକ ଏହି ବାହାନା କରିଥାନ୍ତି କି ଛୋଟ କାମ ପାଇଁ କିଛି ସମୟ ପାଇଁ ଘରୁ ବାହାରିଛୁ । ଜଣେ ଅଧିକାରୀ କହିଛନ୍ତି , କାରରେ ବସିଥିବା ବ୍ୟକ୍ତି ସୁରକ୍ଷିତ ଥାଏ , ତଥାପି  ଯେବେ ସେ କାରର କାଚ ଖୋଲିଥାଏ , ତ ଏସିର ବାୟୁ ବାହାରକୁ ଯାଇଥାଏ ଏବଂ ଏହି ସମୟରେ ସଂକ୍ରମଣ ହୋଇପାରେ।

ପୁଲିସ୍‌ କହିଛି କି, କିଛି ଲୋକ ମୁହଁରେ ରୁମାଲ ବାନ୍ଧି ଥାନ୍ତି ଏବଂ ଆଉ କିଛି ଲୋକ  ମାସ୍କକୁ ତଳକୁ ଖସାଇ ବେକରେ ଝୁଲାଇ ଥାନ୍ତି। ଏମିତି ଲୋକଙ୍କୁ ବି ଚାଲାଣ କଟାଯିବ।  ଡବଲ ଲେୟାର ମାସ୍କ  ହେବା ଜରୁରୀ ଏବଂ  ମୁହଁ , ନାକ ସଂପୂର୍ଣ୍ଣ ଢାଙ୍କି ହେବା ଉଚିତ୍‌ । ଏଥିପାଇଁ ରୁମାଲ୍‌ ବିକଳ୍ପ ନୁହେଁ ।  

   ସମ୍ବନ୍ଧିତ ଖବର


ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ବାସ୍ତୁ ଅନୁସାରେ ଏପରି କାନ୍ଥ ଘଣ୍ଟା ରଖିଲେ ମିଳିଥାଏ ସୁଫଳ

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଓଡ଼ିଆ ସାହିତ୍ୟର ଅନ୍ୟତମ ବରପୁତ୍ର କବିବର ରାଧାନାଥ ରାୟ

ଭାରତକୁ କରୋନା ଆଣିଛନ୍ତି ଦୁବାଇ, ବ୍ରିଟେନ ଯାତ୍ରୀ-ମଣ୍ଡି ଆଇଆଇଟି ଅଧ୍ୟୟନରୁ ମିଳିଲା ତଥ୍ୟ

ବହି ସାନିଟାଇଜ୍‌ କରିବ ମେସିନ୍‌