ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କାହିଁକି କରୋନା ଜନିତ କମ୍ ମୃତ୍ୟୁ ହାର? ରିସର୍ଚ୍ଚ ପରେ ଜଣାପଡିଲା ଆଶ୍ଚର୍ଯ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୫।୯: ସାରା ବିଶ୍ବରେ କରୋନା ମହାମାରୀ ପ୍ରାଣଘାତୀ ରୂପ ନେଇଛି। ଭାରତରେ ମଧ୍ୟ କରୋନା ସଂକ୍ରମଣ ହାର ଖୁବ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ ଅନ୍ୟ ଦେଶ ଗୁଡିକ ତୁଳନାରେ ଭାରତରେ ମୃତ୍ୟୁ ହାର ବହୁତ କମ୍, ଯାହାକି ଏକ ଆଶ୍ବସ୍ଥିଜନକ କଥା। ଏଥିପାଇଁ ଭାରତବାସୀଙ୍କୁ ନିଜର ପୂର୍ବ-ପୂରଷଙ୍କୁ ଧନ୍ୟବାଦ ଦେବା ଦରକାର। କାରଣ ନିଜର ଜିନ୍ କାରଣରୁ ଆମେରିକା ଓ ୟୁରୋପୀୟ ଦେଶ ତୁଳନାରେ ଭାରତରେ କୋଭିଡ୍-୧୯ରୁ ହେଉଥିବା ମୃତ୍ୟୁ ଦର ଖୁବ୍ କମ୍।

ବନାରସ୍ ହିନ୍ଦୁ ୟୁନଭର୍ସିଟିର ପ୍ରଫେସର ଜ୍ଞାନେଶ୍ବରୀ ଚୌବେଙ୍କ ନେତୃତ୍ବରେ ୬ଟି ସଂସ୍ଥାର ବିଶିଷ୍ଠ ଜେନେଟିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ବିଭିନ୍ନ ମହାଦ୍ବୀପର ଜନସଂଖ୍ୟାରେ (X chromosome)ଏକ୍ସ ଗଣସୁତ୍ରର Angiotensin-converting enzyme 2 (ACE2)  ଜିନର ପୂର୍ବ ଡିଏନଏ ଡାଟାର ବିଶ୍ଲେଷଣ କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ, ଏହା ଭାରତୀୟଙ୍କ ଜିନ୍,ଯାହାକି ଆମ ଦେଶର ଲୋକଙ୍କୁ କରୋନା ଭଳି ଘାତକ ଭାଇରସ୍ ସହ ଲଢେଇ କରିବାରେ ସାହାଯ୍ୟ କରିଥାଏ।ଏହି ରିସର୍ଚ୍ଚରୁ ପ୍ରମାଣିତ ହେଉଛି ଯେ, ଭାରତ ଓ ଦକ୍ଷିଣ-ପୂର୍ବ ଦେଶ ତୁଳନାରେ କୋଭିଡ୍-୧୯ର ମୃତ୍ୟୁ ହାର ୟୁରୋପୀୟ ଦେଶ ଓ ଆମେରିକାରେ ଖୁବ୍ ଅଧିକ କାହିଁକି?

ଟିମ୍ ନିଜର ବିଶ୍ଲେଷଣ ପରିଣାମ ଗୁରୁବାର ଜାରି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ପତ୍ରିକା ପିଏଲଓଏସ୍ ଓ୍ବାନରେ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଏକ ସମ୍ଭାବିତ ଆଣବିକ୍ ଅନୁବଂଶିକ ବାଖ୍ୟା ପ୍ରଦାନ କରିଛନ୍ତି ଯେ, ଇରାନ ସହିତ ୟୁରୋପୀୟ ଓ ଆମେରିକାର ଲୋକଙ୍କ ଭିତରେ ଭାରତ ଓ ପୂର୍ବ ଏସିଆ ଲୋକଙ୍କ ତୁଳନାରେ କରୋନା ଭାଇରସର ବିପଦ ଅଧିକ ରହିଛି।

ଅନ୍ତର୍ଜାତୀୟ ଟିମ୍ ବିଭିନ୍ନ ମହାଦ୍ବୀପର ଜନସଂଖ୍ୟାରୁ (ACE2)  ଜିନର ସମ୍ପୂର୍ଣ୍ଣ ଡାଟାର ବିଶ୍ଲେଷଣ କରିଛନ୍ତି ଓ ଜାଣିବାକୁ ପାଇଛନ୍ତି ଯେ, ଆମେରିକା ଓ ୟୁରୋପ ତୁଳନାରେ ଏହି ଜିନରେ ଥିବା କିଛି ପରିବର୍ତ୍ତନ ଦକ୍ଷିଣ ଏସିଆ ଓ ପୂର୍ବ ଏସିଆର ଜନସଂଖ୍ୟା ଏହି ଭାଇରସ ସହ ଲଢିବାରେ ସଫଳତାପୂର୍ବକ ସାହାଯ୍ୟ କରୁଛି। ତେଣୁ ଏଠାର ମୃତ୍ୟୁ ହାର ଖୁବ୍ କମ୍ ରହିଛି।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ହିରୋ ଲଞ୍ଚ କଲା ନୂଆ ଇଲେକ୍ଟ୍ରିକ ସ୍କୁଟର, ଫୁଲ୍ ଚାର୍ଜ କଲେ ଯିବ ୨୧୦ କିଲୋମିଟର

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ