ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ରିପୋର୍ଟ : ପୁରୁଷଙ୍କ ପ୍ରଜନନ କ୍ଷମତା କମାଉଛି କରୋନା

ଚୀନ୍ ୧୩।୩ : କରୋନା ଭାଇରସ ଯୋଗୁ ପୁରୁଷମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଥିବା ଏବଂ ମୃତ୍ୟୁବରଣ କରୁଥିବାର ରିପୋର୍ଟ ପୂର୍ବରୁ ଆସିସାରିଛି । କିନ୍ତୁ ଏବେ ଏକ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି କି ଏହି ଭାଇରସ ଯୋଗୁ ପୁରୁଷମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଛି ।

{"id":99387,"width":753,"height":480,"sizeSlug":"large"}

ଯଦିଓ ଏହି ବିଷୟ ଉପରେ ବିସ୍ତୃତ ଭାବେ କିଛି ଅଧ୍ୟୟନ କରାଯାଇନାହିଁ, କିନ୍ତୁ ଚୀନ୍‌ର କିଛି ଚିକିତ୍ସକ ଏଭଳି ଦାବି କରିଛନ୍ତି । କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଚୀନ୍‌ର ୱୁହାନ ସହର ସ୍ଥିତ ତୋଙ୍ଗଜି ହସ୍ପିଟାଲର ନିର୍ଦ୍ଦେଶକ ଏଭଳି ମତ ଦେଇଛନ୍ତି । ଏହି ହସ୍ପିଟାଲକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ ବୋଲି ଚୀନ୍‌ ସରକାର ଗତ ଜାନୁଆରୀରେ ଘୋଷଣା କରିଥିଲେ ।

{"id":99389,"width":749,"height":473,"sizeSlug":"large"}

ଏହି ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, କରୋନାରେ ଆକ୍ରାନ୍ତ ହୋଇଥିବା ପୁରୁଷଙ୍କ ଯୌନ ସମ୍ଭୋଗ ଏବଂ ପ୍ରଜନନ କ୍ଷମତା ଅପେକ୍ଷାକୃତ କମିଯାଉଛି । ସଂକ୍ରମିତ ହେବା ପରେ ପୁରୁଷଙ୍କ ଦେହରେ ସୃଷ୍ଟି ହେଉଥିବା ହରମୋନ ‘ଟେଷ୍ଟୋଷ୍ଟିରନ’ର ମାତ୍ରା କମିଯାଉଛି । ସେହିପରି କରୋନା ଭାଇରସର ଆକ୍ରମଣ ଯୋଗୁ ସେମାନଙ୍କ ଅଣ୍ଡକୋଷ କ୍ଷତିଗ୍ରସ୍ତ ହେବା ସହିତ ଶୁକ୍ରାଣୁ ଉତ୍ପାଦନ ମଧ୍ୟ କମିଯାଉଛି । ଏହି କାରଣରୁ ଉକ୍ତ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି କି ଯେଉଁ ପୁରୁଷ ରୋଗୀମାନେ ସୁସ୍ଥ ହେଉଛନ୍ତି ସେମାନେ ତୁରନ୍ତ ନିଜର ପ୍ରଜନନ କ୍ଷମତାର ପରୀକ୍ଷା କରାଇ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.