ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି, ମେ ୧ରେ ୪୮ ଡିଗ୍ରୀ ଛୁଇଁବ

ଭୁବନେଶ୍ୱର, ୨୪/୦୪ : ଆହୁରି ୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା । ମେ ୧ ତାରିଖ ବେଳକୁ ତାତି ୪୮ ଡିଗ୍ରୀ ସେଲସିୟସ ଛୁଇଁଯିବ । ସାରା ରାଜ୍ୟ ଫୁଟିବ ଟକ୍‌ ଟକ୍‌ । ଜୀବନ ନେଇଯିବ ଏ ତାତି । ହୋସ୍‌ ଉଡ଼ାଇଦେବା ଭଳି ଏଭଳି ପାଣିପାଗ ପୂର୍ବାନୁମାନ ଆସୁଛି । ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା । ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସାମୟିକ ଆଶ୍ୱସ୍ତି ଆଣିଥିଲା । ପୁଣି ବଢ଼ିବ । କେବେ କମିବ ଏ ଭୟଙ୍କର ସ୍ଥିତି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ଆଭାସ ମିଳୁ ନାହିଁ । ଆକାଶରେ ମେଘର ଚିହ୍ନବର୍ଣ୍ଣ ନାହିଁ । ପବନ ଯେମିତି ଚରିତ୍ର ବଦଳାଇ ଦେଇଛି । ଥଣ୍ଡା ନୁହେଁ, ତତଲା ହାୱା ଜାଳିପୋଡ଼ି ଦେଉଛି । ପ୍ରଚଣ୍ଡ ତାତି ଯୋଗୁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । 

ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଧରାକୋଟରେ ୬୦ ବର୍ଷୀୟ ଜଣେ ବ୍ୟକ୍ତି ସାଇକେଲ ଚଳାଉଥିବାବେଳେ ଟଳି ପଡ଼ିଛନ୍ତି । ତାଙ୍କର ଅଂଶୁଘାତରେ ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୨ ତାରିଖ ସୁଦ୍ଧା ୧୬ ଜିଲ୍ଲାରୁ ୧୨୪ ଜଣ ଅଂଶୁଘାତର ଶିକାର ହୋଇ ହସ୍ପିଟାଲକୁ ଆସିଛନ୍ତି । ଏଥିରୁ ମାତ୍ର ଜଣକର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଇଏ ହେଲା ସରକାରୀ ତଥ୍ୟ । କିନ୍ତୁ ବାସ୍ତବ ସ୍ଥିତି ଗମ୍ଭୀର । ପ୍ରତି ଦିନ ହଜାର ହଜାର ଲୋକ ହିଟ୍‌ ଷ୍ଟ୍ରୋକ୍‌ରେ ଅସୁସ୍ଥ ହେଉଥିବା ଖବର ମିଳୁଛି । ବସ୍‌, ଟ୍ରେନ୍‌ରେ ଓ ରାସ୍ତାରେ ଯାଉଥିବା ଲୋକେ ଅଂଶୁଘାତର ଶିକାର ହୋଇ ଅଳ୍ପକେ ବର୍ତ୍ତୁଛନ୍ତି । ଗ୍ରୀଷ୍ମ ପ୍ରବାହାର ପ୍ରକୋପ ଏତେ ଯେ ଘରେ ରହି ବି ଲୋକ ଅଂଶୁଘାତର ଶିକାର ହେଉଛନ୍ତି ।  

ମଙ୍ଗଳବାର ୧୮ ସହର ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିଥିଲା । ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାତି ୪୨.୮ ଡିଗ୍ରୀ ଛୁଇଁଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀର ତାତି ୩୯.୪ ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱରରେ ୩୯ ଓ ପାରାଦୀପରେ ୩୮.୮ ଡିଗ୍ରୀ ରହିଥିଲା । ସାଢ଼େ ୨ଟା ବେଳକୁ ଭୁବନେଶ୍ୱରର ତାତି ୪୧.୮ ଡିଗ୍ରୀ ପହଞ୍ଚି ଯାଇଥିଲା । ଚାନ୍ଦବାଲିରେ ୪୦.୪ ଓ ବାଲେଶ୍ୱରରେ ୪୦.୩ ଡିଗ୍ରୀ ରହିଥିଲା ।  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ତାତିରୁ ତ୍ରାହି ମିଳିବନି । ଉତ୍ତର ଓଡ଼ିଶାରେ ତାତି ଅଧିକ ରହିବ । ୨୬ରେ ବାରିପଦା, ଝାରସୁଗୁଡ଼ା, ରାଉରକେଲା, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୪ଡିଗ୍ରୀ ପାର୍‌ କରିବ । ମାସ ଶେଷ ବେଳକୁ ତାତି ୪୬ ଡିଗ୍ରୀ ଟପିଯିବ । 

ମେ ୧ରେ ଏଠାରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁ ଯାଇପାରେ । ୨୮ରେ ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ତାଳଚେର, ପାରଳାଖେମୁଣ୍ଡି, ରାୟଗଡ଼ା, ଭବାନୀପାଟଣା ଓ ମାଲକାନଗିରିରେ ତାତି ୪୨ରୁ ୪୪ ଡିଗ୍ରୀ ରହିବ । ମାସ ଶେଷ ବେଳକୁ ଏଠାରେ ତାତି ୪୫ ଡିଗ୍ରୀ ପାର୍‌ କରିବ । ମେ ୧ରେ ୪୬ ଡିଗ୍ରୀ ଟପିଯିବ ବୋଲି ସେ ଆକଳନ କରିଛନ୍ତି ।  ୨୬, ୨୭ ଓ ୨୮ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମଲହରୀ ବହିବ । ଆସନ୍ତା ଦୁଇ ଦିନରେ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ଆସନ୍ତା ତିନି ଦିନ ଯାଏ ସାମୁଦ୍ରିକ ପବନ ବହିବ । ଏଥିପାଇଁ ତାପମାତ୍ରା ବେଶି ବଢ଼ିବନି ବୋଲି ଡ. ପଶୁପାଳକ କହିଛନ୍ତି ।  

ପାଣିପାଗ ବିଭାଗ ଆକଳନ କହୁଛି, ୨୪ରେ ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ଭୀଷଣ ଗରମ ଓ ଗୁଳଗୁଳି ଅନୁଭୂତ ହେବ । କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୬ରୁ ପୁଣି ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବା ସହ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇବ । ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଲଗାତାର ଚେଷ୍ଟା ଜାରି ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ୧୮୦ଟିରୁ ଅଧିକ ଜାଗାରେ ନିଆଁ ଲିଭାଯାଇଛି । ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଶିମିଳିପାଳରେ ପହଞ୍ଚିଛନ୍ତି । ସେ ବନାଗ୍ନି ଲିଭାରେ ନିୟୋଜିତ ବ୍ୟାଘ୍ର ସୁରକ୍ଷା ସ୍ୱତନ୍ତ୍ର ବାହିନୀ (ଏସ୍‌ଟିପିଏଫ୍‌)ର ଯବାନଙ୍କୁ ଭେଟି ସାହାସ ବଢ଼ାଇଛନ୍ତି । ଆଜି ଶିମିଳିପାଳର ଅନ୍ୟ କୌଣସି ଜାଗାରେ ନିଆଁ ଲାଗିନଥିବା ଶ୍ରୀ ନନ୍ଦ ସ୍ପଷ୍ଟ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.