କୋଭିଡ୍-୧୯ ଟୀକା ତିଆରି କରିଥିବା ନେଇ ଇଟାଲୀର ଦାବି, ଶରୀରରେ ଭାଇରସକୁ ଶେଷ କରିବ ଆଣ୍ଟିବଡି

ନୂଆଦିଲ୍ଲୀ,୬।୫: ଲଗାତାର ଦ୍ବିତୀୟ ଥର କରୋନା ମହାମାରୀକୁ ନେଇ ମିଳିଛି ଭଲ ଖବର। ଇସ୍ରାଏଲ ପରେ ଏବେ ଇଟାଲୀ କରୋନା ଭାଇରସକୁ ଶେଷ କରୁଥିବା ଟୀକା ପ୍ରସ୍ତୁତ କରିନେଇଛି। ଇଟାଲୀର ବୈଜ୍ଞାନିକମାନେ କରୋନା ଭାଇରସକୁ ନଷ୍ଟ କରିପାରୁଥିବା ଟୀକାକୁ ଖୋଜି ବାହାର କରିସାରିଛନ୍ତି ବୋଲି ଦାବି କରିଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁସାରେ, କରୋନା ଭାଇରସକୁ ଏହି ଟୀକା ମାନବ ଶରୀରରେ ହିଁ ମାରିପାରିବ।

ଇଟାଲୀର ନ୍ୟୁଜ୍ ଏଜେନ୍ସି ଏଏନ୍ଏସଏର ସୂଚନା ଅନୁସାରେ, ରୋମର  ସଂକ୍ରାମକ ରୋଗ ସମ୍ପର୍କିତ ସ୍ପାଲନଜାନି ହସ୍ପିଟାଲରେ ଏହି ଟୀକାର ପରୀକ୍ଷଣ କରାଯାଇଛି। ଏହି ଟୀକାକୁ ଏକ ମୂଷା ଉପରେ ପରୀକ୍ଷଣ ହୋଇଥିବା ବେ​‌ଳେ ତାହା ଚମତ୍କାରୀ ରେଜଲ୍ଟ ଦେଇଥିଲା। ଟୀକା ଲଗାଇବା ପରେ ମୂଷାର ଶରୀର​‌ରେ ଆଣ୍ଟିବଡି ପ୍ରସ୍ତୁତ ହୋଇଯାଇଥିଲା, ଯାହାଫଳରେ କୋଷିକାକୁ କରୋନା ଭାଇରସ ସଂକ୍ରମଣରୁ ରୋକି ହୋଇପାରିଥିଲା। ଏଭଳି ୫ଟି ଅଲଗା ଅଲଗା ଟୀକାର ବ୍ୟବହାରରେ ଅନେକ ଗୁଡିଏ ଆଣ୍ଟିବଡି ପ୍ରସ୍ତୁତ ହୋଇଥିଲା, ଯେଉଁଥିରେ ସବୁଠାରୁ ଭଲ ପରିଣାମ ଦେଉଥିବା ଦୁଇଟି ଆଣ୍ଟିବଡିକୁ ବିଶେଷଜ୍ଞମାନେ ଚୟନ କରିଥିଲେ।

ରୋମର ଲଜାରେ ସ୍ପାଳନଜାନି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଇମ୍ପେକସନ୍ ଡିଜିଜର ବିଶେଷଜ୍ଞମାନେ କହିଛନ୍ତି, ଯେତେବେଳେ ଏହି ଟୀକାର ବ୍ୟବହାର ମଣିଷ ଉପରେ କରାଯାଇଥିଲା ସେତେବେଳେ ଦେଖିବାକୁ ମିଳିଥିଲା ଏହା ମାନବ କୋଷିକା(ସେଲ୍‌)ରୁ ଭାଇରସକୁ ନଷ୍ଟ କରିଦେଇଥିଲା।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ