ମୃତ୍ୟୁର ତାଣ୍ଡବ ପରେ ବି ଇଟାଲୀ ଲୋକଙ୍କୁ ଡରାଇ ପାରିନି କରୋନା, ବାଲକୋନୀରେ ଗୀତ ଗାଉଥିବା ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୧୬।୩:  କ’ଣ ନାଚିଲେ, ଗୀତ ଗାଇଲେ ଓ ଗୀତାର ବଜାଇଲେ ବିଶ୍ବ ପାଇଁ ମହାମାରୀ ରୂପ ନେଇଥିବା କରୋନା ଭାଇରସରୁ ରକ୍ଷା ପାଇ ହେବ କି? ବୋଧହୁଏ ଏହାର ଜବାବ୍ ନାଁ ବୋଲି ଆସିବ। କିନ୍ତୁ କଳ୍ପନା କରନ୍ତୁ ସେହି ଦେଶ ବିଷୟରେ ଯେଉଁଠି ପ୍ରତିଦିନ କରୋନା ଭାଇରସ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆମେ କଥା ହେଉଛି ଇଟାଲୀ ବିଷୟରେ।  ଚୀନ୍ ପରେ କରୋନାରେ ସବୁଠାରୁ ଅଧିକ କ୍ଷତିଗସ୍ତ ଦେଶ ହେଉଛି ଇଟାଲୀ। ସେଠାରେ ଏବେ କରୋନା ମୃତକଙ୍କ ସଂଖ୍ୟା ୧,୮୦୯ରୁ ଅଧିକ ହୋଇଥିବା ବେଳେ ୨୪,୭୪୭ ଜଣ ସଂକ୍ରମିତ ହୋଇଛନ୍ତି।

କିନ୍ତୁ  ପରିବେଶ ମଧ୍ୟରେ ଇଟାଲୀର ଲୋକମାନେ କରୋନା ଭାଇରସକୁ ଦୃଢତାର ସହ ମୁକାବିଲା କରିବା ପାଇଁ ଆପଣେଇଛନ୍ତି ଏଭଳି ବାଟ। ଗୋଟିଏ ପଟେ ଯେଉଁଠି ଆକ୍ରାନ୍ତଙ୍କ  ଚିକିତ୍ସା ଜାରି ରହିଛି ଅନ୍ୟପକ୍ଷେ ଯେଉଁମା​‌ନେ ଘର ଭିତରେ ଅଛନ୍ତି ସେମାନେ ମହାମାରୀ ସହ ଲଢିବା ପାଇଁ ନିଜ ଭିତରେ ସକାରତ୍ମକ ଚିନ୍ତାଧାର ଏବଂ ମନୋବଳ ବଢାଇବା ପାଇଁ ଗୀତ ଗାଇ ଗୀତାର ବଜାଉଛନ୍ତି।

ନିକଟରେ ଟ୍ବିଟରରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଲୋକମାନେ ନିଜ ନିଜର ବାଲକୋନୀରେ ଠିଆ ହୋଇ ଗୀତ ଗାଇବା ସହ ଗୀତାର ବଜାଉଛନ୍ତି।

ଏଭଳି ଗୀତ ଗାଇ ନିଜକୁ ଏବଂ ଅନ୍ୟମାନଙ୍କୁ କରୋନା ଭୟଠାରୁ ମାନସିକ ସ୍ତରରେ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। କରେନା ଭୟ କାରଣରୁ ଗତ କିଛି ଦିନ ହେବ ଲୋକମାନେ ଘର ଭିତରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି। ପ୍ରାୟ ୧.୬କୋଟି ଲୋକଙ୍କୁ ଏକ୍ ଡାଉନ  ହୋଇ ରହିବାକୁ ପଡିଛି।

ଏକୁଟିଆପଣକୁ ଦୂର କରିବା ପାଇଁ ଲୋକମାନେ ଏଭଳି ଗୀତ ଗାଉଛନ୍ତି। ଦେଶରେ ଏଭଳି ଖରାପ ସ୍ଥିତିରେ ମଧ୍ୟ ଇଟାଲୀର ଲୋକଙ୍କର ମନୋବଳକୁ ନିହାତି ପକ୍ଷେ ସଲାମ୍ କହିବାକୁ ପଡିବ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌