PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଅଜବ ନାମ: ଇଟାଲି, ଇଣ୍ଡୋନେସିଆ, ସ୍ବିଡେନ୍ ମେଘାଳୟରେ ଦେଲେ ଭୋଟ

ଶିଲଙ୍ଗ,୧୧।୪: ମେଘାଳୟରେ ଯେବେ ନିର୍ବାଚନ ସମୟ ଆସେ ସେତେବେଳେ ସେଠାକାର ନେତାଙ୍କ ଅପେକ୍ଷା ଭୋଟରମାନେ ଚର୍ଚ୍ଚାରେ ରହିଥାନ୍ତି। କାରଣ ସେଠାକାର ଭୋଟରଙ୍କ ନାମ ରହିଥାଏ ବେଶ୍ ଅଦ୍ଭୁତ। ମେଘାଳୟର ଏକ ଲୋକସଭା ନିର୍ବାଚନରେ ଇଟାଲୀ, ସ୍ୱିଡେନ୍‌, ନାଇଜେରିଆ ଏବଂ ତୀବ୍ଦତ ଭଳି ନାମ ଥିବା ଭୋଟର ଆଜି ଭୋଟ ଦେଇଛନ୍ତି। ଏମାନଙ୍କ ନାଁ ବିଭିନ୍ନ ଦେଶର ନାଁ ଭଳି ରହିଥିବା ନେଇ ଏହି ଲୋକମାନେ ଚର୍ଚ୍ଚାରେ ଅଛନ୍ତି। ଏହି ଅଦ୍ଭୁତ ନାମ ଥିବା ଭୋଟରମାନେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମେଘାଳୟ, ଶିଲଙ୍ଗ ଓ ତୁରା ଲୋକସଭା ଆସନରେ ଭୋଟଦାନ କରିଛନ୍ତି।

ସବୁଠାରୁ ଅଦ୍ଭୁତ ନାମ ଥିବା ଲୋକ ରହିଛନ୍ତି ଇଣ୍ଡୋ-ବାଂଲାଦେଶ ସୀମାରେ ଥିବା ଉମିଉହ ତମାର ଗାଁରେ। ବିଶେଷଜ୍ଞମାନେ କୁହନ୍ତି ଯେ, ଏହି ଗାଁର ଲୋକ ଏତେ ଶିକ୍ଷିତ ନୁହଁନ୍ତି। ଯେତେବେଳେ ସେମାନଙ୍କର ଭୋଟର ପରିଚୟ ପତ୍ର ତିଆରି କରାଯାଇଥିଲା ସେଥିରେ ଗାଁ, ସହର ଓ ଦେଶର ନାମ ସେମାନେ ଭୋଟର ଲିଷ୍ଟରେ ଲେଖିଥିଲେ।

ଜଣେ ସ୍ଥାନୀୟ ଅଧିକାରୀଙ୍କ ମତରେ ଏହି ଗାଁରେ ୧ ହଜାରରୁ ଅଧିକ ଲୋକ ରହିଛନ୍ତି। ସେମାନଙ୍କର ଭିତରୁ କିଛି ଲୋକଙ୍କ ନାଁ ରହିଛି ଗୋଆ, କଶ୍ମୀର, ତ୍ରିପୁରା,ଡିସପୁର, ବମ୍ବେ, ଭେଲୋର, ମହୀଶୂର ଭଳି ନାଁ। ଏହି ଲୋକଙ୍କୁ ଇଂରାଜୀ କହିବାର ଖୁବ୍ ସଉକ ରହିଛି। କିନ୍ତୁ ସେମାନେ ଏହି ଶବ୍ଦର ଅର୍ଥ ଜାଣିନାହଁାନ୍ତି। ତେଣୁ ତାଙ୍କର ପାଟିକୁ ଯେଉଁ ନାମ ପଳାଇ ଆସେ ସେମାନେ ତାକୁ ନିଜର ନାମ ବନାଇ ଦିଅନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ବାପାର ନା ସ୍ବିଡେନ ଥିବା ବେଳେ ପୁଅନ ନାମ ସ୍ବେଟର ପର୍ଯ୍ୟନ୍ତ ମଧ୍ୟ ରହିଛି। କେବଳ ଦେଶ ନୁହେଁ ଭେରି ମଚ, ଏଗ୍ରିମେଣ୍ଟ, ରିକ୍ବେଷ୍ଟ, ଲାୟର, ଓ୍ବାୟରଲେସ୍, ଡାୟଲ,ସର୍କଲ, ସ୍ପଟ୍, ସିମ୍ବଲ, ପିୟୁରିଫାୟ, ସିଷ୍ଟମ, ଇନଚାର୍ଜ, ଇଭନିଙ୍ଗ, କରେକସନ୍ ଆଦି ନାମ ରହିଛି ସେଠାରେ ରହୁଥିବା ଲୋକଙ୍କର।

ସମ୍ବନ୍ଧିତ ଖବର