PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଲୋକସଭା ନିର୍ବାଚନ ୨୦୧୯ ପାଇଁ ଏଠାରେ ହେଲା ଭୋଟଦାନ, ଜାଣନ୍ତୁ କିଏ ଦେଲେ ପ୍ରଥମ ଭୋଟ…

ନୂଆଦିଲ୍ଲୀ,୬।୪: ଲୋକସଭା ନିର୍ବାଚନ ୨୦୧୯ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଅପ୍ରେଲ ୧୧ରେ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଆଜି  ଅରୁଣାଚଳ ପ୍ରଦେଶଠାରେ ଇଣ୍ଡୋ ତିବ୍ବତୀୟାନ୍‌ ବର୍ଡର ପୁଲିସ୍‌ର ଯବାନ ‘ସର୍ଭିସ୍‌ ଭୋଟର’ ଭାବରେ ୨୦୧୯ ଲୋକସଭା ପାଇଁ ପ୍ରଥମ କରି ଭୋଟ୍‌ ଦେଇଛନ୍ତି। ଆଜି ଆଇଟିବିପିର ସ୍ଥାନୀୟ ଏକ ଟ୍ରେନିଂ ସ୍କୁଲଠାରେ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଇଛି।  ଆଇଟିବିପିର ମୁଖ୍ୟ ତଥା ଡିଆଇଜି ସୁଧାକର ନଟରାଜନ୍‌ ଚଳିତ ବର୍ଷର ସର୍ବପ୍ରଥମ ଭୋଟ୍‌ ଦେଇଥିବା ସୂଚନା ମିଳିଛି।

source:
https://aajtak.intoday.in

ଦିଲ୍ଲୀ ଠାରୁ ପ୍ରାୟ ୨୬୦୦ କିଲୋମିଟର ଦୂରରେ ଥିବା ଅରୁଣାଚଳ ପ୍ରଦେଶର ଲୋହିତପୁର ଆନିମଲ ଟ୍ରେନିଂ ସ୍କୁଲରେ ସକାଳ ୧୦ ଟା ବେଳେ ଏହି ମତଦାନ ହୋଇଛି। ୩୦ ଜଣିଆ ୟୁନିଟ୍‌ ଥିବା ଏହି ସ୍କୁଲ ବ୍ୟତୀତ ଏହି ରାଜ୍ୟରେ ନିଯୁକ୍ତ ଅନ୍ୟ ଆଇଟିବିପି ୟୁନିଟ୍‌ ମଧ୍ୟ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ମତଦାନ କରିଛନ୍ତି। ସର୍ବମୋଟ ୫୦୦୦ ଅଧିକାରୀ ଆଜି ବିଭିନ୍ନ ସ୍ଥାନରେ ଭୋଟ୍ ଦେଇଛନ୍ତି ଏବଂ ସେଥିମଧ୍ୟରୁ କେବଳ ଆଇଟିବିପିରୁ ୧ ହଜାର ଭୋଟଦାନ କରାଯାଇଥିବା ଜଣାପଡ଼ିଛି।

ଉଲ୍ଳେଖନୀୟ ଯେ, ନିର୍ବାଚନ କମିଶନଙ୍କ ମତରେ ଯେଉଁ ବ୍ୟକ୍ତି ସେନା ବାହିନୀରେ କାମ କରନ୍ତି ତାଙ୍କୁ ସର୍ଭିସ ଭୋଟର କୁହାଯାଏ। ଫୋର୍ସର ଯେଉଁ ସଦସ୍ୟଙ୍କ ଉପରେ ୧୯୫୦ ଆର୍ମି ଆକ୍ଟ ଲାଗୁ ହୋଇଛି ତାଙ୍କୁ ସର୍ଭିସ ଭୋଟର କୁହାଯାଏ। ଆର୍ମ୍ସ ପୋଲିସ ଫୋର୍ସର ଏଭଳି ସଦସ୍ୟ ଯେଉଁମାନେ ନିଜ ରାଜ୍ୟ ବାହାରେ କାମ କରୁଛନ୍ତି କିମ୍ବା ଭାରତ ସରକାରଙ୍କ ପାଇଁ କାମ କରୁଛନ୍ତି କିମ୍ବା ଯେଉଁ ବ୍ୟକ୍ତି ଦେଶ ବାହାରେ କାମ କରୁଛନ୍ତି ତାଙ୍କୁ  ସର୍ଭିସ ଭୋଟର କୁହାଯାଏ।।    

ନିର୍ବାଚନ କମିଶନ ଇଲୋଟ୍ରୋନିକ୍ସ ମିଡିଆ, ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ ଜରିଆରେ ପ୍ରଚାର କରି ଅଧିକରୁ ଅଧିକ ଯୋଗ୍ୟ ସର୍ଭିସ ଭୋଟରଙ୍କ ନାମ ଏଥିରେ ସାମିଲ କରିବାକୁ କହିଛନ୍ତି। ନିର୍ବାଚନ କମିଶନଙ୍କ ସଂଖ୍ୟା ଅନୁସାରେ ଦେଶରେ ପ୍ରାୟ ୩୦ ଲକ୍ଷ ସର୍ଭିସ ଭୋଟର ରହିଛନ୍ତି, ଯେଉଁମାନେ ବାଲାଟ ପେପର ଜରିଆରେ ଭୋଟ ଦେଇଥାନ୍ତି।ଉତ୍ତରାଖଣ୍ଡ, ଗୁଜରାଟ, ବେଙ୍ଗାଲୁରୁ, ବିହାର, ରାଜସ୍ଥାନ, ହରିଆଣା, ଉତ୍ତରପ୍ରଦେଶ ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଏଭଳି ବ୍ୟାଲଟ୍‌ ପେପର ପଠାଯାଇଛି। ଚଳିତ ବର୍ଷ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ମତଦାତାଙ୍କୁ ସାମିଲ କରିବାପାଇଁ ନିର୍ବାଚନ କମିଶନ୍‌ ବିଭିନ୍ନ ଉପାୟରେ ଜନସଚେତନତା ସୃଷ୍ଟି କରାଉଛନ୍ତି।

ସମ୍ବନ୍ଧିତ ଖବର