ମୁଁ କାପୁରୁଷ ନୁହେଁ ….କ୍ଷମା କରିବେ ପାପା – ସୁଇସାଇଡ୍ ନୋଟ୍‌ ଲେଖି ଆଇଟିଆଇ ଛାତ୍ର କଲେ ଆତ୍ମହତ୍ୟା

ପ୍ରତାପଗଡ଼ – ଉତ୍ତର ପ୍ରଦେଶର ପ୍ରତାପ ଗଡ଼ରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ହାରାସମେଣ୍ଟର ଶିକାର ହୋଇ ଜଣେ ଆଇଟିଆଇ  ଛାତ୍ର ଫାଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କର ମାନସିକ ଉତ୍ପୀଡ଼ନର ଶିକାର ହୋଇ ମୃତ୍ୟୁ ହୋଇଥିବା ସୂଚନା ପାଇଁ ପୁଲସ୍‌ ପ୍ରଶାସନରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ତୁରନ୍ତ ସିଓ  ଜଗମୋହନ ତଥା କୋତୱାଲ ସଞ୍ଜୟ ଓ ଦାରୋଗା ସୁନିଲ ରାୟ ପୁଲିସ୍‌ ଟିମ୍‌ ସହ  ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୁଲିସ୍‌  ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି ।

ସୂଚନା ମୁତାବକ ,  ଲାଲଗଞ୍ଜ କୋତୱାଲିର ବେଲହା ଗାଁରେ  ଜୋଖୁ ଲାଲ  ବର୍ମାଙ୍କର ୨୦ ବର୍ଷିୟ ପୁତ୍ର ଧୀରେନ୍ଦ୍ର ପ୍ରତାପଗଡ଼ରେ ଆଇଟିଆଇର ଛାତ୍ର ଥିଲେ ।  ଶନିବାର ଦିନ ଛୁଟିରେ ଗାଁକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ଧୀରନ୍ଦ୍ର ଘରର ଦ୍ୱିତୀୟ ମହଲାର ଏକ ରୁମ୍‌କୁ ଯାଇଥିଲେ ଏବଂ ଡୋର ବନ୍ଦ କରି ଫାଶରେ ଝୁଲି ପଡ଼ିଥିଲେ ।  ଦ୍ୱିପ୍ରହରରେ ତାଙ୍କର ମାଆ  ଗୁଡ୍ଡି କ୍ଷେତରୁ ଫେରି  ଧୀରେନ୍ଦ୍ରଙ୍କୁ ଖାଇବାକୁ ଦେବା ପାଇଁ  ଛାତକୁ ଯାଇଥିଲେ । ମାଆଙ୍କର ଡାକ ଦେବା ପରେ ବି ସେପଟୁ ଧୀରେନ୍ଦ୍ରଙ୍କର କୌଣସି ପ୍ରତିଉତ୍ତର ଶୁଣିନଥିଲେ। ଏହାପରେ  ମାଆ  ରୁମ୍‌ର କବାଟ ବାଡେଇ ଥିଲେ । ଭିତରୁ କୌଣସି ଶବ୍ଦ ନମିଳିବାରୁ ସେ ଆଶଙ୍କାରେ ଥରିଥିଲେ ।

ରୁମ୍‌ର ସ୍କାଏ ଲାଇଟ୍‌ରୁ ଯେତେବଳେ ଭିତରକୁ ଅନେଇଲେ ମାଆ , ବିଶ୍ୱାସ କରିପାରିଲେନି । ନିଜର ପୁଅକୁ ଏପରି ଝୁଲୁଥିବା ଅବସ୍ଥାରେ  ଦେଖି ଜୋରରେ ପାଟିକରି ଥିଲେ ।  ପରିବାର ଲୋକଙ୍କ ସହ ଗାଁ ଲୋକ ଆସି ସେଠାରେ ଏକଠି ହୋଇଯାଇଥିଲେ ।

ପୁଲିସ୍‌ ମୃତକ ଛାତ୍ରଙ୍କ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ  ଜବତ କରିଛି । ସୁଇସାଇଡ୍‌  ନୋଟ୍‌ରେ ମୃତକ ଛାତ୍ର ଆତ୍ମହତ୍ୟା ପାଇଁ ଗାଁର ହୀରା ସିଂହ ଓ ତାଙ୍କର ଶଳା ଭୀଷମ ସିଂହଙ୍କୁ ଦାୟୀ କରିଛନ୍ତି । ସେମାନେ ତାଙ୍କୁ ବାରମ୍ୱାର ନିର୍ଯାତନା ଦେଉଥିଲେ । ସୁଇସାଇଡ୍‌ ନୋଟ୍‌ରେ ମୃତକ ଛାତ୍ର ପିତାଙ୍କ ଉଦ୍ଦେଶ୍ୟରେ ଏକ ଭାବନାତ୍ମକ ପତ୍ର ଲେଖି କହିଥିଲେ , ସେ କାପୁରୁଷ ନୁହେଁ , କିନ୍ତୁ ଅଭିଯୁକ୍ତଙ୍କ ଅତ୍ୟାଚାର ଯୋଗୁଁ  ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛି । କ୍ଷମା କରିବେ ପାପା… । 

ସେପଟେ ପିତା ଜୋଖୁ ଲାଲ ଶର୍ମା ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ  ଦାବି ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ