PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମପୁର ପୁଲିସକୁ ମିଳିଲା ବଡ ସଫଳତା- ୬୦ କେଜି ଗଞ୍ଜେଇ ସହ ୫ ଗିରଫ, ଦୁଇଟି କାର୍ ଜବତ
  • ||
  • ଯୁବନେତା ସବ୍ୟସାଚୀ ମହାପାତ୍ର ବିଜେଡିରୁ ନିଲମ୍ବିତ – ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣର ଅଭିଯୋଗ
  • ||
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଆଇଟିଇଆର୍‌ ଛାତ୍ରଛାତ୍ରୀଙ୍କ ସଫଳତା: ତିଆରି କରିଛନ୍ତି ପୋ-ସାଇଡେନ୍‌ ରେସିଂ କାର୍‌

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡି ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଆଇଟିଇଆର୍‌ କଲେଜର ଏସ୍‌ଏଇ ଇଣ୍ଡିଆ କଲିଜିଏଟ୍‌ କ୍ଲବ୍‌ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । କଲେଜର ୨୫ଜଣ ମେକାନିକାଲ୍‌ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଉଦ୍ୟମରେ ପୋ-ସାଇଡେନ୍‌ ରେସିଂ କାର୍‌ ତିଆରି କରିଛନ୍ତି । ବଜାରରେ ଉପଲବ୍ଧ ଥିବା ଗାଡ଼ିଠାରୁ ଏହି ଗାଡ଼ି ଭିନ୍ନ । ଏହା ସାଧା ରାସ୍ତା ବ୍ୟତୀତ କାଦୁଅ, ପାହାଡ଼ିଆ ଅଞ୍ଚଳ ତଥା ବିପର୍ଯ୍ୟୟ ପରିସ୍ଥିତିରେ ଗମନାଗମନ ସୁବିଧା ଦେଇପାରିବ । ଛାତ୍ରଛାତ୍ରୀମାନେ ଏହାର ନାମ ଏଟିଭି କାର୍‌ ନଂ-୨୯ ଓ କାର୍‌ ନଂ-୫୬ ରଖିଛନ୍ତି ।
ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଏହି କାର୍‌କୁ ଆଜି କଲେଜ ପରିସରରେ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ଆଇଟିଇଆର୍‌ ଡାଇରେକ୍ଟର ମାନସ ମଲ୍ଲିକ୍‌ ଓ ନାଲ୍‌କୋର ଡିଜିଏମ୍‌ ଆଶୁତୋଷ ରଥ ଯୋଗ ଦେଇ ଛାତ୍ରଛାତ୍ରୀମାନେ ତିଆରି କରିଥିବା କାର୍‌ର ଉଚ୍ଚ ପ୍ରଂଶସା କରିଥିଲେ । ଏହା ସହ ଉଦ୍ଭାବନ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଧ୍ୟାପକ ଡ. ପ୍ରେମାନନ୍ଦ ପ୍ରଧାନ ଓ ଡ. ହୃଷିକେଶ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏହି କାର୍‌ ତିଆରି କରିଛନ୍ତି । କାର୍‌ର ଡିଜାଇନ୍‌, ତିଆରି ଆଦି ସବୁ କିଛି ଛାତ୍ରଛାତ୍ରୀମାନେ ନିଜେ କରିଛନ୍ତି । ଏହାକୁ ତିଆରି କରିବାକୁ ପ୍ରାୟ ୪ ମାସ ସମୟ ଲାଗିଥିଲା । ବଜାରରେ ଏହି କାର୍‌ର ଦାମ୍‌ ୬ ଲକ୍ଷ ଟଙ୍କା । ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ ଓ ନାଲ୍‌କୋ ପକ୍ଷରୁ ଏହାକୁ ତିଆରି କରିବାକୁ ସ୍ପନ୍ସର୍‌ କରାଯାଇଥିଲା । ଅନ୍ୟପକ୍ଷରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ମହିନ୍ଦ୍ରା ବିଏଜେଏ-୨୦୧୯ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେଠାରେ ସେମାନେ ଏହି ପୋ-ସାଇଡେନ୍‌ କାର୍‌କୁ ପ୍ରଦର୍ଶିତ କରିବେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁରାଗ ତିୱାରୀ, ମେହେଙ୍କ ପଟ୍ଟନାୟକ, ଆକାଶ ତିୱାରୀ, ଆକାଂକ୍ଷା, ରିଙ୍କୁ, ସୋହନ ଆଦି କରିଛନ୍ତି ।