ଏହି ଉଡନ୍ତା ମୋଟରସାଇକେଲ ଆକାଶରେ ପହଞ୍ଚିବା ପାଇଁ ନେଉଛି ୬୦ସେକେଣ୍ଡ ସମୟ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୧୯।୩: କଷ୍ଟମ ଅଟୋମୋବାଇଲ କମ୍ପାନି ଲାଜାରେଥ୍ ତିଆରି କରିଛି ଉଡ଼ନ୍ତା ମୋଟରସାଇକେଲ। ଯାହା ସାଧାରଣ ମୋଟରସାଇକେଲ ଭଳି ରାସ୍ତାରେ ଚାଲିପାରୁଛି ତା ସହିତ ହେଲିକାଫ୍ଟର ଭଳି ଆକାଶରେ ମଧ୍ୟ ଉଡିପାରୁଛି। କମ୍ପାନି ଏହାର ନାମ ଏଲ୍ଏମଭି ୪୯୬ ରଖିଛି।
ଏହି ମୋଟରସାଇକେଲର ସବୁଠୁ ଖାସ୍ କଥା ହେଲା କି, ଏହା ରାଇଡ୍ ମୋଡରୁ ଫ୍ଲାଇ ମୋଡକୁ ଯିବା ପାଇଁ ମାତ୍ର ୬୦ ସେକେଣ୍ଡ ସମୟ ନେଉଛି। କମ୍ପାନି ମଧ୍ୟ ଏହାର ଟେଷ୍ଟିଂ କରିସାରିଛି।

ଲାଜାରେଥର ଏହି ଉଡ଼ନ୍ତା ମୋଟରସାଇକେଲରେ ୪ଟି ଚକ ରହିଛି। କମ୍ପାନି ଖାସ୍ କରି ଏହି ଉଡ଼ନ୍ତା ମୋଟରସାଇକେଲରେ ମାସେରାଟିର କାରର ୫.୨ ଲିଟର ଭି୮ ଇଞ୍ଜିନ ଲଗାଇଛି। ଲାଜାରେଥ୍ ଏଲ୍ଏମଭି ୪୯୬ର ସମସ୍ତ ଚକର ହବରେ ୯୬,୦୦୦ଆରପିଏମ୍ ଜେଟକୈଟ ଜେଟ୍ ଟରବାଇନ ଲାଗିଛି। ଏଥିରେ ଲାଗିଥିବା ହାଇଡ୍ରୋଲିକ ଏକ୍ୟୁଟରର୍ସ ଚାରୋଟି ଚକକୁ ଉପର ଆଡ଼କୁ ମୋଡ଼ିଥାଏ। ମୋଟରସାଇକେଲର ଚେସିସ୍ ଭିତରେ ମଧ୍ୟ ଦୁଇଟି ଅତିରିକ୍ତ ଜେଟ୍ ଲାଗିଛି। ଫଳରେ ଏହା ବେଶି ଓଜନ ନେଇ ଉପରକୁ ଉଠିପାରିବ।

କମ୍ପାନି ତରଫରୁ କୁହାଯାଇଛି କି, ମୋଟରସାଇକେଲରେ କେବଳ ଗୋଟିଏ ବଟମ ଦେବାଇବା ପରେ ହିଁ ଏହା ଗରମ ହୋଇ ଉପରକୁ ଉଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଏ। କମ୍ପାନି ଏହାର ଟେଷ୍ଟି କରିବା ସମୟରେ ହିଁ ପାଖାପାଖି ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଇକରି ଦେଖାଇଥିଲା।

କମ୍ପାନି କହିବାନୁସାରେ ମୋଟର ସାଇକେଲର ଓଜନ ୧୪୦ କିଲୋଗ୍ରାମ ରହିଛି। ଏହା ଫ୍ଳାଇଟ୍ ମୋଡରେ ୨୪୦ କିଲୋ ଓଜନ ନେଇ ଉଡ଼ିପାରିବ। ମୋଟରସାଇକେଲଟି ପଲିଷ୍ଟର ଏବଂ କାର୍ବନ ଫାଇବର ଚେସିସ୍ ଉପରେ ଆଧାରିତ। କମ୍ପାନି ଏହାକୁ ଦୁବାଇରେ ହେବାକୁ ଥିବା ଅଟୋ ସୋରେ ପ୍ରଦର୍ଶନ କରିବ। ଏହି ମୋଟରସାଇକେଲର ଦାମ ପ୍ରାୟ ୩.୮୪ କୋଟି ଟଙ୍କା।