PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଜାମ୍ମୁ-କାଶ୍ମୀର ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା ସ୍ଥିତି; ଘଟଣା ସ୍ଥଳକୁ ଗଲା ଏସ୍‌ଡିଆର୍‌ଏଫ୍ ଟିମ୍

pic-indiatoday

ଶ୍ରୀନଗର: ହିମାଚଳ ପ୍ରଦେଶ ପରେ ଜାମ୍ମୁ-କାଶ୍ମୀର ଅମରନାଥରେ ମଧ୍ୟ ପ୍ରଳୟ ଆଣିଛି ବର୍ଷା। ବାଦଲ ଫଟା ବର୍ଷାରେ ସିଂଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବଢ଼ୁଥିବା ଜଳସ୍ତରକୁ ଆଖି ଆଗରେ ରଖି ଘଟଣା ସ୍ଥଳକୁ ଆଉ ଏକ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି। ପୂର୍ବରୁ ସେଠାରେ ଦୁଇଟି ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉନ୍ନୟନ କାର୍ଯ୍ୟ ଜାରି ରଖିଥିବା ବେଳେ ଏଥିରେ କାହାରି ମୃତହାତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳି ନାହିଁ।

କଙ୍ଗନର ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ପବିତ୍ର ଅମରନାଥ ଗୁମ୍ଫାରେ ଲାଗତର ବର୍ଷା ଓ ବାଦଲ ଫାଟିବା କାରଣରୁ ଗଣ୍ଡ ଓ କଙ୍ଗନ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ସିଂଘ ନଦୀରୁ ଦୂରରେ ରହିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଜାମ୍ମୁ-କାଶ୍ମୀରରେ ବାଦଲ ଫାଟିବା ପରେ ଘଟଣା ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ଉପରେ ନଜର ରଖିଛନ୍ତି। 

ଅନ୍ୟପଟେ ଜମ୍ମୁ-କଶ୍ମୀରର ହୋଜର ଡଚ୍ଚନ (ଅନନ୍ତତାଲ୍ଲାହ) ଗାଁରେ ବାଦଲ ଫଟା ବର୍ଷା ଯୋଗୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ହୋଇଛନ୍ତି ଆହତ। ଉଦ୍ଧାର କାର୍ଯ୍ୟରେ ପୋଲିସ, ସେନା ଓ ଉଦ୍ଧାକାରୀ ଦଳ ପହଁଞ୍ଚିଛନ୍ତି। ନିଖୋଜ ଲୋକଙ୍କର ସନ୍ଧାନ କରାଯାଉଛି। ଉଦ୍ଧାରକାରୀ ଦଳ ୧୨ ଜଣ ଆହତଙ୍କୁ ରକ୍ଷା କରିଛନ୍ତି। ଆରମ୍ଭରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପରେ ଅନ୍ୟ ଦୁଇଜଣଙ୍କର ମୃତଦେହ ମିଳିବା ପରେ ମୃତକଙ୍କ ସଂଖ୍ୟା ବଢିକି ୬ ହୋଇଯାଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀରର ଡେପୁଟି କମିଶନର କହିଛନ୍ତି, ହୋଜର ଗାଁରେ ବାଦଲ ଫାଟିବା କାରଣରୁ ୮-୯ ଟି ଘର କ୍ଷତିଗ୍ରସ୍ତ ହୋଇଛି।

किश्तवाड़ में बादल फटने की घटना के बाद बचाव अभियान में लगे लोग

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ସେନା ଓ ଏସଡିଆରଏଫ୍ର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୦-୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ଆହତଙ୍କୁ ଏୟାରଲିଫ୍ଟ କରିବାର ଦରକାର ପଡିବା ଯୋଗୁଁ ଆଇଏଏଫ୍‌ ସହିତ ଯୋଗାଯୋଗ କରାଯାଇଛି। ଏହି ମାମଳାରେ ନୌସେନାଠାରୁ ମଧ୍ୟ ସାହାଯ୍ୟ ନିଆଯିବ।

ସମ୍ବନ୍ଧିତ ଖବର