ଆତଙ୍କବାଦୀମାନେ ଘର ବାହାରୁ ପୋଲିସକର୍ମୀଙ୍କୁ କଲେ ଅପହରଣ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର,୨୪|୪:କୋରାନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଜାରିରହିଛି| ଏହା ମଧ୍ୟରେ ଜାମ୍ମୁ କାଶ୍ମୀରରେ କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି| ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରୁ  ନିବୃତ୍ତ ହୋଇ ପାରିନାହାନ୍ତି । ଶୋପିଆନ୍ ଜିଲ୍ଲାରେ ଗୁରୁବାର ଜଣେ ପୋଲିସ କର୍ମଚାରୀଙ୍କୁ ତାଙ୍କ ଘରୁ ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି|

ସୂଚନାନୁସାରେ, ଆଜି ସନ୍ଧ୍ୟାରେ ଶୋପିଆନ୍ ଜିଲ୍ଲାର ଚାଟଭାଟନ ଅଞ୍ଚଳରେ ଜାଭେଦ୍ ଅହମ୍ମଦ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ତାଙ୍କ ଘରୁ  ଅପହରଣ କରାଯାଇଛି। ଏହି ଘଟଣାପରେ ଶୋପିଆନ୍ ଜିଲ୍ଲା ତଥା ଏହାର ଆଖପାଖରେ ସୁରକ୍ଷା ବାହିନୀ ଜାଭେଦ୍ ଅହମ୍ମଦଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି|

ଜାଭେଦ୍ ଅହମ୍ମଦ ପେରି ଜକୁରାରେ ମୁତୟନ ଥିଲେ|   ଦକ୍ଷିଣ କାଶ୍ମୀରର ଶୋପିଆନ୍ ସ୍ଥିତ ତାଙ୍କ ବାସଭବନ ବାହାରେ ଜାଭେଦ  ଠିଆ ହୋଇଥିବା ବେଳେ କିଛି ଆତଙ୍କବାଦୀ ତାଙ୍କୁ ଅପହରଣ କରି ନେଇଥିଲେ। ତେବେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ