PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିଲେ ବ୍ୟାଙ୍କ୍, ବାହାରିଲା ୭ ଖଣ୍ଡ ୫ଶହ ଟଙ୍କିଆ ଜାଲ୍ ନୋଟ୍

ବାସୁଦେବପୁର, ୦୧/୦୬ : ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଜାଲ୍ ନୋଟ୍ ଜବତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍ ବ୍ୟାଙ୍କରୁ ଆଜି ଜଣେ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ ନୋଟ୍ ବାହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି। ଏହି ଯୁବକ ଜଣଙ୍କ ହେଲେ ବାସୁଦେବପୁର ମୁନିସପଲାଟି ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ ବେହେରା। ରାଜାରାମ ଆଜି ବ୍ୟାଙ୍କକୁ ୩୬ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଆସିଥିଲେ। ହେଲେ ଏହି ଟଙ୍କା ମଧ୍ୟରୁ ୭ ଖଣ୍ଡ ୫୦୦ ଟଙ୍କିଆ ଜାଲ୍ ନୋଟ୍ ବାହାରିଛି।

ଏହି ଜାଲ୍ ନୋଟ୍ ବାହାରିବା ପରେ ବ୍ରାଞ୍ଚ୍ ମ୍ୟାନେଜର ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚି ରାଜାରାମକୁ ଥାନାକୁ ନେଇ ଆସିଥିବାବେଳେ ଉକ୍ତ ଟଙ୍କା ସମ୍ପର୍କରେ ପଚରା ଉଚରା କରୁଛି। ରାଜାରାମ ଏହି ଟଙ୍କା ଧାନ ବିକ୍ରି କରି ସ୍ଵୟଂ ସହାୟିକା ଗୋଷ୍ଠି ନିକଟରୁ ଏହି ଟଙ୍କା ଆଣିଥିବା ପ୍ରକାଶ କରିଛନ୍ତି।