PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମନ୍ତ୍ରୀଙ୍କ ସହ ନାଚିଲେ ପୋଲିସ ଏସପି, ଭିଡିଓ ଭାଇରାଲ ହେବା ପରେ ଜାଣନ୍ତୁ କ’ଣ ହେଲା ?

ଭୋପାଳ,୧୭।୩: ମନ୍ତ୍ରୀଙ୍କ ସହ ନାଚ କରି ଶେଷରେ ଚାକିରି ହରାଇଲେ ଜଣେ ପୋଲିସ ଅଧିକାରୀ। ଜବଲପୁରର ପୋଲିସ ଏସପି ଅମିତ ସିଂହଙ୍କୁ କମଲନାଥ ସରକାରଙ୍କ ମନ୍ତ୍ରୀ ଲଖନ ଘନଘୋରିଆଙ୍କ ସହ ଏକ ବିବାହରେ ଉତ୍ସବରେ ନାଚିବା ଭାରି ପଡିଛି। ନାଚିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ଏସପିଙ୍କର ମନ୍ତ୍ରୀଙ୍କ ସହ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି। ଏହାପରେ ନିର୍ବାଚନ ଅଧିକାରୀ ଭିଏଲ କାନ୍ତାରାଓ୍ବ  ଏହି ମାମଲାରେ ରିପୋର୍ଟ ମାଗିଥଲେ କରିଥିଲେ। ଏସପି ଅମିତ ସିଂହଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନିମିଷ ଅଗ୍ରଓ୍ବାଲଙ୍କୁ ଜବଲପୁର ଏସପି କରାଯାଇଛି।

ଉଲ୍ଳେଖନୀୟ ଯେ ଗତ ୨୧ ଫେବୃଆରୀରେ ଏକ ବିବାହ ଉତ୍ସବରେ ଆଇପିଏସ୍ ଅଧିକାରୀ  ଭିବେକରାଜ ସିଂହ କୁକରେଲଙ୍କ ଭାଇ ବିନୟରାଜଙ୍କ ବିବାହ ଥିଲା। ନିମନ୍ତ୍ରଣ ପାଇ ଜବଲପୁର ଏସପି ଅମିତ କୁମାର ସିଂହ ବିବାହ ସମାରୋହରେ ପହଁଞ୍ଚିଥିଲେ। ସେଠାରେ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ତାଙ୍କ ସହିତ ନାଚ କରିଥିଲେ। ଏହି ସମୟର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ବିଜେପିର ରାଜ୍ୟ ଉପାଧ୍ୟକ୍ଷ ବ୍ରିଜେଶ ଲୁଣାଓ୍ବତଙ୍କ ନେତୃତ୍ବରେ ମଙ୍ଗଳବାର ବିଜେପିର ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଲେଖିଥିଲେ। ଏହି ପତ୍ରରେ ଲେଖା ଯାଇଛି ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଜବଲପୁର ଏସପି ଅମିତ ସିଂହ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ଲଖନ ଘନଘୋରିଆ ଓ ତାଙ୍କ ଭାଇ ଜୟ ଘନଘୋରିଆଙ୍କ ସହ ନାଚୁଥିଲେ। ଜୟ ଘନଘୋରିଆଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଛି। ଅପରାଧିକଙ୍କ ସହ ନାଚ କରିବାର ଅର୍ଥ ଆଇନଶୃଙ୍ଖଳା ବ୍ୟବସ୍ଥାର ପରିହାସ କରିବା। ଏଭଳି ନୃତ୍ୟ କରିବା ଦ୍ବାରା ମନ୍ତ୍ରୀଙ୍କ ସହ ଏସପିଙ୍କର ଘନିଷ୍ଠତା ଦେଖାଯାଉଛି।

ସମ୍ବନ୍ଧିତ ଖବର