PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

୨ କୋଟିରେ ବିକ୍ରି ହେଉଛି ଟ୍ବିଟର ସିଇଓଙ୍କ ୧୫ ବର୍ଷ ପୁରୁଣା ଟ୍ବିଟ୍, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍ …

ନୂଆଦିଲ୍ଲୀ: ଟ୍ୱିଟର ସିଇଓ ତଥା ବିଲିୟନେୟାର ଜ୍ୟାକ୍ ଡୋର୍ସି ତାଙ୍କର ଗୋଟିଏ ଟ୍ୱିଟ୍ କୁ ୨ କୋଟିରେ ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ହେଉଛି ଡୋର୍ସିଙ୍କର ପ୍ରଥମ ଟ୍ୱିଟ୍ ।  ଯାହା ସେ ୬ ମାର୍ଚ୍ଚ ୨୦୦୬ ରେ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଛନ୍ତି, ‘ଜଷ୍ଟ ସେଟିଙ୍ଗ ଅପ ମାଇଁ ଟ୍ବିଟର’ ।

ଆଉ ଏବେ ମାତ୍ର ଠିକ୍ ୧୫ ବର୍ଷ ପରେ, ସେ ନିଜ ଟ୍ୱିଟକୁ କ୍ରିପ୍ଟୋକରେନ୍ସି ଭାବରେ ବିକ୍ରି କରିବାକୁ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଦିଆଯାଇଥିବା ନିଲାମ ଖୁବ୍ ଶୀଘ୍ର ୨୬୭୦୦୦ ଡଲାରରେ ପହଞ୍ଚିଛି ଅର୍ଥାତ୍ ପ୍ରାୟ ୨ କୋଟି ଟଙ୍କା । ଡୋର୍ସି NFT (ନନ୍-ଫଜିବଲ୍ ଟୋକେନ୍) ପାଇଁ ଏକ ବିଡିଂ ଲିଙ୍କ୍ ସହିତ ‘ଭାଲ୍ୟୁଏବଲ’ ନାମକ ଏକ ପ୍ଲାଟଫର୍ମ ମାଧ୍ୟମରେ ଟ୍ୱିଟ୍ କରିଛନ୍ତି । NFT ହେଉଛି ଏଥୋରିରମ୍ ବ୍ଲକ୍ ଚେନ୍ ଉପରେ ଏକ ଡିଜିଟାଲ୍ ଟୋକନ୍ ।

‘ଭାଲ୍ୟୁଏବଲ୍’ ଅନୁଯାୟୀ, ‘ଆପଣ ଯାହା କିଣୁଛନ୍ତି ତାହା ହେଉଛି ଟ୍ୱିଟର ଡିଜିଟାଲ୍ ସାର୍ଟିଫିକେଟ୍ । ଏହି ଟ୍ୱିଟ୍ ଅତୁଳନୀୟ କାରଣ ଏହା ନିର୍ମାତାଙ୍କ ଦ୍ବାରା ଦସ୍ତଖତ ଏବଂ ସଂସ୍ଥାପିତ ହୋଇଛି ।’ ତେବେ ପ୍ରକୃତ କଥା ହେଉଛି ଏହି ଟୁଇଟ୍ ପ୍ରାୟ ୧୫ ବର୍ଷ ଧରି ଇଣ୍ଟରନେଟରେ ସର୍ବସାଧାରଣରେ ଉପଲବ୍ଧ ।

ଏଠାରେ ସୂଚନା ଥାଉକି ଯେ NFT ଲୋକଙ୍କୁ ଅନନ୍ୟ ଡିଜିଟାଲ୍ ଆଇଟମଗୁଡିକର ମାଲିକାନା କ୍ରୟ ଏବଂ ବିକ୍ରୟ କରିବାକୁ ଅନୁମତି ଦିଏ । ବ୍ଲକ୍ ଚେନ୍ ବ୍ୟବହାର କରୁଥିବା ଲୋକଙ୍କ ରେକର୍ଡ ମଧ୍ୟ ରଖେ । ଜଣାଶୁଣା କଳାକାର ଗ୍ରିମସ୍ ନିକଟରେ ପ୍ରାୟ ୬ ମିଲିୟନ୍ ଡଲାରରେ ଅନେକ NFT ଆଇଟମ୍ ବିକ୍ରି କରିଛନ୍ତି ।

ସମ୍ବନ୍ଧିତ ଖବର