PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରାସ୍ତାରେ ଜାକଲିନଙ୍କୁ ତାରିଫ୍ କଲେ ଛୋଟ ଛୁଆ, ପରେ ଏକ୍ଟ୍ରେସ ଗାଡ଼ି ରଖି କଲେ ଏପରି…

ନୂଆଦିଲ୍ଲୀ, ୨୪/୦୯: ବଲିଉଡ଼ ଏକ୍ଟ୍ରେସ ଜାକଲୀନ ଫର୍ଣ୍ଣାଡିଜ ସବୁଠାରୁ ବ୍ୟସ୍ତ ବହୁଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ।  ଫିଲ୍ମ ସହ ସେ ବାରମ୍ବାର ମ୍ୟୁଜିକ ଭିଡ଼ିଓରେ ବି ସକ୍ରିୟ ଅଟନ୍ତି ।  ତାଙ୍କର ସବୁ ଗୀତ ଗୁଡ଼ିକୁ କୋଟି କୋଟି ଫ୍ୟାନ୍ସ ଦେଖିଥାନ୍ତି  । ଏହାଛଡ଼ା ଜାକଲିନ ତାଙ୍କର ଫ୍ୟାନ୍ସମାନଙ୍କୁ ସୋସିଆଲ ମିଡ଼ିଆରେ ବି ମନୋରଞ୍ଜନ କରିବାକୁ କେବେ ଭୁଲନ୍ତି ନାହିଁ ।  ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ପୋଷ୍ଟ କରିଥାନ୍ତି ।  ଜ୍ୟାକ୍‌ଙ୍କ ପୁଣି ଏକ ଦମଦାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।  ଯାହାକୁ ଖୁବ ପସନ୍ଦ କରୁଛନ୍ତି ତାଙ୍କର ଫ୍ୟାନ୍ସମାନେ ।

ଜ୍ୟାକଙ୍କ ଏହି ଭିଡ଼ିଓକୁ ବିରଳ ଭୟାନୀ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି ।  ଭିଡ଼ିଓରେ ଦେଖିବାକୁ ମିଳୁଛି କି ଏକ୍ଟ୍ରେସ ଜଣଙ୍କ ଯେତେବେଳେ ରାସ୍ତାରେ ଯାଉଛନ୍ତି ତାଙ୍କ କାର ପାଖକୁ କିଛି ଛୋଟ ଛୁଆ ଆସିଯାଉଛନ୍ତି । ପରେ ସେମାନେ ଜ୍ୟାକଙ୍କ କିଛି ଫିଲ୍ମକୁ ଖୁବ ଭଲ ଦର୍ଶାଉଥିବା ବେଳେ ତାଙ୍କ ନାଁର ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । ଜାକଲିନ ଏହା ଶୁଣି ବହୁତ ଖୁସି ହେବା ସହ ପିଲାମାନଙ୍କୁ ଚକଲେଟ ଦେଉଛନ୍ତି । ତାଙ୍କର ଏହି ନିଆରା ଅନ୍ଦାଜ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି ।  ଜ୍ୟାକଲିନ ନିକଟରେ ହରହର କମେଡ଼ି ମୁଭି ‘ଭୁତ ପୁଲିସ’ରେ ନଜର ଆସିଛନ୍ତି । 

ଏହି ଫିଲ୍ମରେ ତାଙ୍କ ଛଡ଼ା ୟାମି ଗୌତମ, ସୈଫ ଅଲୀ ଖାନ ଏବଂ ଅର୍ଜୁନ କପୁର ମଧ୍ୟ ଅଛନ୍ତି ।  ଏହାଛଡ଼ା ଜାକଲୀନ ଖୁବଶୀଘ୍ର କିକ୍ ୨ ରେ ସଲମାନଙ୍କ ସହ, ରୋହିତ ସେଟ୍ଟୀଙ୍କ ସର୍କସ ଏବଂ ବଚ୍ଚନ ପାଣ୍ଡେରେ ନଜର ଆସିବେ । ଜ୍ୟାକଙ୍କୁ ଏହା ପୂର୍ବରୁ ହାଉସଫୁଲ ୩, ରେସ ୩, ଡ୍ରାଇଭ ଏବଂ ବ୍ରଦର୍ସ ଭଳି ଫିଲ୍ମରେ ଅଭିନୟ ଲାଗି ଜଣାଯାଏ । ଜ୍ୟାକଙ୍କୁ ଇନଷ୍ଟାଗ୍ରାମରେ ୫୪.୯ମିଲିୟନରୁ ଅଧିକ ଲୋକ ଫଲୋ କରନ୍ତି ।