PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗତକାଲି ବିଦେଶ ଯାତ୍ରା ରୋକିବା ପରେ ଆଜି ଜ୍ୟାକ୍‌ଲିନଙ୍କୁ ସମନ କଲା ଇଡି, ଡିସେମ୍ବର ୮ରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିଦେଶ ଯାତ୍ରା ରୋକିବା ପରେ ଆଜି ତାଙ୍କୁ ସମନ କରିଛି ଇଡି। ଟଙ୍କା ହଡ଼ପ ଘଟଣାରେ ପଚରାଉଚରା ପାଇଁ ଡିସେମ୍ବର ୮ ରେ ଦିଲ୍ଲୀ ସ୍ଥିତ ଇଡି ଅଫିସ୍‌ରେ ହାଜର ହେବାକୁ ଜ୍ୟାକ୍‌ଲିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଠକ ଶୁକେଶ ଚନ୍ତ୍ରଶେଖର ୨୦୦ କୋଟି ଟଙ୍କା ଜବରଦସ୍ତି ଆଦାୟ ଘଟଣାରେ ଜ୍ୟାକ୍‌ଲିନଙ୍କ ସମ୍ପୃକ୍ତି ରହିଥିବା ଇଡି ସନ୍ଦେହ କରୁଛି। ଏହି ଘଟଣାରେ ହୋଇଥିବା ଚାର୍ଜଶିଟ୍‌ରେ ମଧ୍ୟ ଜ୍ୟାକ୍‌ଲିନଙ୍କ ନାଁ ରହିଛି। ମିଳିଥିବା ସୂଚନା ଅନୁସାରେ ଶୁକେଶ ଜେଲ୍‌ରେ ଥାଇ ମଧ୍ୟ ଜ୍ୟାକ୍‌ଲିନଙ୍କ ପାଖକୁ ୧୦ କୋଟି ଟଙ୍କାର ଉପହାର ପଠାଇଛି। ତା ସହିତ ସୁକେଶ ଯେତେବେଳେ ବେଲ୍‌ଲେ ଜେଲ୍‌ରୁ ବାହାରିଲା ସେତେବେଳେ ସେ ଜ୍ୟାକ୍‌ଲିନଙ୍କ ପାଇଁ ମୁମ୍ବାଇରୁ ଚେନ୍ନାଇ ପର୍ଯ୍ୟନ୍ତ ଚାର୍ଟର୍ଡ ଫ୍ଲାଇଟ୍ ବି ବୁକ୍ କରିଥିଲା।  

ଇଡି ସନ୍ଦେହ କରୁଛି ଯେ ଶୁକେଶ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଆଦାୟ କରିଥିବା ବିପୁଳ ପରିମାଣରେ ଟଙ୍କାକୁ ସେ ଜ୍ୟାକ୍‌ଲିନଙ୍କ ପାଖକୁ ପଠାଇଛି। ତେବେ ଜ୍ୟାକ୍‌ଲିନ ନିଜକୁ ପୀଡ଼ିତ ବୋଲି କହି ତଦନ୍ତରେ ସହଯୋଗ କରିବି ବୋଲି କହୁଛନ୍ତି।     

ଗତକାଲି ଏକ ଶୋ’ର ଶୁଟିଂ ପାଇଁ ଦୁବାଇ ଯାଉଥିବା ବେଳେ ଭାରତ ଛାଡ଼ି ବିଦେଶ ଯାଉଥିଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍। ବିମାନ ବନ୍ଦରରେ ଅଟକାଇଲା ଇଡି। ୨୦୦ କୋଟି ଟଙ୍କାର ଜବରଦସ୍ତି ଆଦାୟ ମାମଲାରେ ଦାଖଲ ଚାର୍ଜସିଟ୍‌ରେ ଜ୍ୟାକ୍‌ଲିଙ୍କ ନାଁ ରହିଛି। ତାଙ୍କ ବିରୋଧରେ ଲୁକ୍‌ ଆଉଟ୍ ନୋଟିସ ମଧ୍ୟ ଜାରି ହୋଇଛି। ନିୟମ ଅନୁସାରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ।

ତେବେ ଜ୍ୟାକ୍‌ଲିନ ଏକ ଶୋ’ର ଶୁଟିଂ ପାଇଁ ବିଦେଶ ଯାଉଥିବା ବେଳେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଅଟକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତେବେ ତାଙ୍କୁ ଅଟକ ରଖାଯାଇ ନାହିଁ। କେବଳ ଦେଶ ବାହାରକୁ ଯିବାକୁ ବାରଣ କରାଯାଇଛି ବୋଲି ସୂଚନା ମିଳିଛି।

ଶୁକେଶ ଚନ୍ଦ୍ରଶେଖର କିଏ ?

ଶୁକେଶ ଚନ୍ଦ୍ରଶେଖର ତିହାର ଜେଲ୍‌ରେ ଥିବା ବେଳେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କାର ଜବରଦସ୍ତି ଆଦାୟ କରିଥିଲେ। ସେ ଏକ ସଫ୍ଟୱେୟର ବ୍ୟବହାର କରି ବ୍ୟବସାୟୀଙ୍କ ପତ୍ନୀଙ୍କ ପାଖକୁ ସ୍ପୁଫ୍ କଲ କରି ନିଜକୁ ବଡ଼ ସରକାରୀ ଅଫିସର ବୋଲି ପରିଚୟ ଦେଇଥିଲେ। ତାଙ୍କ ସ୍ୱାମୀଙ୍କ ବିରୋଧରେ ଦାୟର ହୋଇଥିବା ମାମଲାରେ ସେ ତାଙ୍କୁ ସହଯୋଗ କରିବେ ବୋଲି କହି ଟଙ୍କା ନେଇଥିଲେ। ଏହି ମାମଲାରେ ଇଡି କରିଥିବା ଚାର୍ଜଶିଟ୍‌ରେ ଜ୍ୟାକ୍‌ଲିନ ଏବଂ ଅଭିନେତ୍ରୀ ଓ ଡାନ୍ସର ନୋରା ଫତେହିଙ୍କ ନାଁ ରହିଛି।