PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ରୋମାଣ୍ଟିକ ଫଟୋ ଭାଇରାଲ, ଅଭିଯୁକ୍ତଙ୍କ ସହ ସମ୍ପର୍କ…

ମୁମ୍ବାଇ ୧।୧୨: ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାପରଠୁ ପୁଣି ଥଣେ ତାଙ୍କୁ ନେଇ ଚର୍ଚ୍ଚା କରାଯାଉଛି। ଏହି ମାମଲାରେ ହୋଇଥିବା ପଚରାଉଚରା ବେଳେ ଅଭିନେତ୍ରୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସମ୍ମୁଖରେ ମନି ଲଣ୍ଡରିଂ ମାମଲାର ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ କୌଣସି ସମ୍ପର୍କକୁ ନେଇ ଅସ୍ୱୀକାର କରିଥିଲେ। ଏହି ସମୟରେ, ବର୍ତ୍ତମାନ ସୁକେଶଙ୍କ ସହ ତାଙ୍କର ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଇଣ୍ଟରନେଟରେ ଆସିଥିବା ଏହି ଫଟୋଟି ଅଭିନେତ୍ରୀଙ୍କ ବୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି  । ଫଟୋରେ ସୁକେଶ ଏକ ଦର୍ପଣ ସାମ୍ନାରେ ଠିଆ ହୋଇଥିବା ବେଳେ ଅଭିନେତ୍ରୀ ତାଙ୍କ ଗାଲକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଏହା ସହିତ ସେ ସୁକେଶଙ୍କୁ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହି ଫଟୋ ସାମ୍ନାକୁ ଆସିବା ପରେ ଗଣମାଧ୍ୟମରେ ରିପୋର୍ଟ ଦାବି କରାଯାଉଛି ଯେ ଏହି ଫଟୋ ଚଳିତ ବର୍ଷ ଏପ୍ରିଲ ଏବଂ ଜୁନ୍ ମାସର, ଯେତେବେଳେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ସୁକେଶ ଜାମିନରେ ଜେଲରୁ ବାହାରିଥିଲେ। ଏହାପୂର୍ବରୁ ସୁକେଶଙ୍କ ସହ ଅଭିନେତ୍ରୀଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କୁ ପ୍ରେମର ସହିତ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା ​​।

ସୁକେଶଙ୍କ ବିରୋଧରେ ୧୫ଟି ମାମଲା ରୁଜୁ ହୋଇଛି। ବିଳାସପୂର୍ଣ୍ଣ ଜୀବନକୁ ଭଲପାଉଥିବା ସୁକେଶ ବାଙ୍ଗାଲୋର ଏବଂ ଚେନ୍ନାଇରେ ଅନେକ କୋଟି ଟଙ୍କା ଠକିଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୨୦୦କୋଟି ଟଙ୍କା ଚୋରି ମାମଲାର ଯାଞ୍ଚ କରୁଛି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ଜ୍ୟାକଲିନଙ୍କ ନାମ ସୁକେଶଙ୍କ ସହ ଜଡିତ ଥିଲା। ତେବେ ଅଭିନେତ୍ରୀ ସୁକେଶଙ୍କ ସହ ଥିବା ସମ୍ପର୍କକୁ ଅସ୍ୱୀକାର କରିଛନ୍ତି।