ବିନା ମାସ୍କରେ ଧରାପଡିଲେ ରବୀନ୍ଦ୍ର ଜଡେଜାଙ୍କ ପତ୍ନୀ, ପୋଲିସ ସାଙ୍ଗେ କଲେ ଯୁକ୍ତି

ମୁମ୍ବାଇ ୧୧/୮: କ୍ରିକେଟର ରବୀନ୍ଦ୍ର ଜଡେଜାଙ୍କ ପତ୍ନୀ ରିଭାବା ଗୁଜରାତ ରାଜକୋଟରେ ପୋଲିସ କନଷ୍ଟେବଳ ସହିତ ଯୁକ୍ତି ତର୍କ କରିଛନ୍ତି । କାରଣ ହେଉଛି ମାସ୍କ । ରିଭାବା ମାସ୍କ ପିନ୍ଧିନଥିଲେ ଏବଂ ପୋଲିସ ଏନେଇ ପ୍ରଶ୍ନ କରିଥିଲା । ଘଟଣାଟି ସୋମବାର ରାତିର । ରବିନ୍ଦ୍ର ଜଡେଜା ନିଜ ପତ୍ନୀଙ୍କ ସହିତ କାରରେ ଯାତ୍ରା କରୁଥିଲେ । ସେହି ସମୟରେ ସେ ମାସ୍କ ପିନ୍ଧିଥିଲେ କିନ୍ତୁ ତାଙ୍କ ପତ୍ନୀ ପିନ୍ଧିନଥିଲେ ।

ଡିସିପି ମନୋହର ସିଂହ ଜଡେଜା କହିଛନ୍ତି କି କ୍ରିକେଟରଙ୍କ ପତ୍ନୀ ହେଡ୍ କନଷ୍ଟେବଳ ସୋନଲ ଗୋସାଇଙ୍କ ସହିତ ଯୁକ୍ତି ତର୍କ କଲେ ଯିଏ କି ତାଙ୍କୁ ମାସ୍କ ପିନ୍ଧିନଥିବା ଦେଖି କିସାନପାଡା ଛକରେ ଗାଡି ରୋକିଥିଲେ । ରିଭାବା ମାସ୍କ ପିନ୍ଧିନଥିଲେ ଏବଂ ପୋଲିସ ଏନେଇ ପଚାରିବାରୁ ସେ ଯୁକ୍ତି ତର୍କ କରିବାରେ ଲାଗିଲେ ।

ତେବେ ଡିସିପି ଏହା ମଧ୍ୟ କହିଛନ୍ତି କି ଯୁକ୍ତି ତର୍କ ପରେ ସିନିୟର କନଷ୍ଟେବଳ ଜଣକ ଅସୁସ୍ଥତା ଅନୁଭବ କଲେ ଏବଂ ତାଙ୍କୁ ମେଡିକାଲ ନିଆଗଲା । ଅଧଘଣ୍ଟା ପରେ ତାଙ୍କୁ ଡିସଚାର୍ଜ କରିଦିଆଗଲା ଏବଂ ଏବେ ସେ ଠିକ୍ ଅଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ଏଫଆଇଆର୍ ରେଜିଷ୍ଟର ହୋଇନି ।

   ସମ୍ବନ୍ଧିତ ଖବର


ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା, ‘କର ବା ମର’ ସ୍ଥିତିରେ ବିରାଟ ବାହୀନି

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ