PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଆଜି ଏସ୍‌ସିବି ମେଡିକାଲରେ ପହଞ୍ଚିବେ ଜଗା-କାଳିଆ

କଟକ ୭/୯ : ଦୀର୍ଘ ୨ ବର୍ଷ ୨ ମାସ ରାଜଧାନୀ ଦିଲ୍ଲୀର ଏମ୍‌ସରେ ରହି ସଫଳ ଚିକିତ୍ସା ପରେ ଜଗା-କାଳିଆ ଶୁକ୍ରବାର ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଫେରିଯାଇଛନ୍ତି । ଏମ୍‌ସରୁ ଯିବା ସମୟରେ ଉଭୟ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ଭାବବିହ୍ୱଳ ବିଦାୟ ଦିଆଯାଇଥିଲା । ଏମ୍‌ସକୁ ଆସିଥିଲେ ଯୋଡ଼ା ମୁଣ୍ଡ ହୋଇ, କିନ୍ତୁ ଫେରିବା ବେଳକୁ ଉଭୟ ଶିଶୁଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା । ଉଭୟ ଶିଶୁଙ୍କ ମୁହଁରେ ମଧ୍ୟ ଆନନ୍ଦର ଝଲକ ଦେଖିବାକୁ ମିଳିଥିଲା ।

ଆଜି ସେମାନେ କଟକର ଏସ୍‌ସିବି ମେଡିକାଲ କଲେଜରେ ପହଞ୍ଚିବା ପରେ ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ । ସେମାନଙ୍କ ଚିକିତ୍ସା ଉପରେ ପ୍ରାରମ୍ଭିକ ନଜର ରଖିବା ପାଇଁ ଏମ୍‌ସରୁ ତିନି ଜଣ ଡାକ୍ତର ଓ ନର୍ସଙ୍କ ଦଳ ମଧ୍ୟ ସେଠାକୁ ଯାଇଛନ୍ତି । ଏହି ତିନି ଜଣ ଡାକ୍ତର ହେଲେ ଦୀପକ ଗୁପ୍ତା, ଗିରିଜା ରଥ ଓ କିରଣ କୁମାର । ଉଭୟ ଶିଶୁଙ୍କୁ ନେବା ପାଇଁ ଏସ୍‌ସିବି ମେଡିକାଲ କଲେଜର ଦୁଇ ଜଣ ଡାକ୍ତର ମଧ୍ୟ ଏମ୍‌ସ ଆସିଥିଲେ । ସେମାନେ ଏଠାରେ ଡାକ୍ତର ଦୀପକ ଗୁପ୍ତାଙ୍କ ସହ ଉଭୟ ଶିଶୁଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଏସ୍‌ସିବିରେ ଜଗା-କାଳିଆଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ଆଜି ଏସ୍‌ସିବି ଆସିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା । ଜଗା-କାଳିଆ ରହିବାକୁ ଥିବା ସ୍ୱତନ୍ତ୍ର ରୁମ୍‌ ବୁଲି ଦେଖିଥିଲେ । ଏଥିସହିତ ଚିକିତ୍ସା କରିବାକୁ ଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସହ ମଧ୍ୟ ଆଲୋଚନା କରିଥିଲେ ।
ଓଡ଼ିଶା ଫେରିବାର ଠିକ୍‌ ପୂର୍ବରୁ ଏମ୍‌ସରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଯୋଗ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଜଗା-କାଳିଆ ଜୁଲାଇ ୧୪, ୨୦୧୭ରେ ଭର୍ତ୍ତିହେବା ପରଠାରୁ ଏ ପର୍ଯ୍ୟନ୍ତ ଘଟିଥିବା ଚିକିତ୍ସା ସମ୍ବନ୍ଧରେ ସବିଶେଷ ବିବରଣୀ ଦିଆଯାଇଥିଲା । ଭର୍ତ୍ତି ବେଳେ ଉଭୟ ଶିଶୁ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିଲେ । ବିଭିନ୍ନ ପରୀକ୍ଷା ପରେ ପ୍ରଥମ ଅପରେସନ ୨୦୧୭ ଅଗଷ୍ଟ ୨୫ରେ ହୋଇଥିଲା । ଏଥିପାଇଁ ହୋଇଥିବା ସର୍ଜରୀ ୨୪ ଘଣ୍ଟା ଲାଗିଥିଲା । ଦ୍ୱିତୀୟ ସର୍ଜରୀ ୨୫ ଅକ୍ଟୋବର ୨୦୧୭ରେ କରାଯାଇଥିଲା ।

ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଉଭୟ ଶିଶୁଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖୁବ୍‌ ଶୀଘ୍ର ସାଧାରଣ ଜୀବନଯାପନ କରିବେ । ସେ ଦର୍ଶାଇଥିଲେ ଯେ ଏହା ବିଶ୍ୱର ଏକ ବିରଳ ଅପରେସନ ଥିଲା ଏବଂ ଯେଉଁ ଡାକ୍ତରମାନେ ଏଥିରେ ସମ୍ପୃକ୍ତ ଥିଲେ ସେ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ହର୍ଷବର୍ଦ୍ଧନ ମଧ୍ୟ କହିଥିଲେ, ଏମ୍‌ସ ପକ୍ଷରୁ ଉଭୟ ଶିଶୁଙ୍କ ପାଇଁ ସମସ୍ତ ସହଯୋଗ କରାଯାଇଥିଲା । ସେ ମଧ୍ୟ ଓଡ଼ଡିଶା ସରକାରଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ । ହର୍ଷବର୍ଦ୍ଧନ କହିଥିଲେ, ଆଗକୁ ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜରେ ସେମାନଙ୍କ ଚିକିତ୍ସା କରାଯିବ ଏବଂ ଏଥିସକାଶେ କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇ ଦେବେ ।

ସମ୍ବନ୍ଧିତ ଖବର