ମୁଖ୍ୟ ଶାସନ ସଚିବଙ୍କୁ ଚିଠି- ଜଗାକୁ ନ ଦେଖି ନିଦ ହେଉନି

jagannath-pahandi

ପୁରୀ: ଜଗା ନ ଦେଖି ନିଦ ହେଉନି । ମାନସିକ ଭାରସାମ୍ୟ ମଧ୍ୟ ତୁଟିବାକୁ ଲାଗିଲାଣି । ତେଣୁ ତୁରନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଭକ୍ତମାନେ ଯେପରି କରିପାରିବେ ସେଥିନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟଶାସନ ସଚିବଙ୍କୁ ପୁରୀର ଜଣେ ଭକ୍ତ ଚିଠି ଲେଖିଛନ୍ତି । ଭକ୍ତ ଦିଲ୍ଲୀପ ବରାଳ ତାଙ୍କ ନିବେଦନରେ ଲେଖିଛନ୍ତି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭକ୍ତଙ୍କ ନିମନ୍ତେ ମାର୍ଚ୍ଚ ମାସରୁ ବନ୍ଦ କରାଯାଇଛି । ଫଳରେ ତାଙ୍କୁ ପ୍ରତ୍ୟେକ ଦିନ ଠାକୁର ଦର୍ଶନ ମିଳୁନି ।

୨୦୦୩ ମସିହାରୁ ସେ ନିୟମିତ ଶ୍ରୀମନ୍ଦିରରେ ଠାକୁର ଦର୍ଶନ କରିବା ଶଯ୍ୟାକୁ ଯାଆନ୍ତି । ଏବେ ସେବକ ଓ ତାଙ୍କ ପରିବାର ଲୋକ କେବଳ ଠାକୁର ଦର୍ଶନ କରୁଛନ୍ତି । ଅନେକ ଭିଆଇପି ଭକ୍ତ ଛଦ୍ମ ବେଶରେ ଶ୍ରୀମନ୍ଦିର ଭିତରେ ପଶି ଠାକୁର ଦର୍ଶନ କରୁଛନ୍ତି । ମାତ୍ର ତାଙ୍କୁ ଓ ଅନେକ ନିରୀହ ଭକ୍ତଙ୍କୁ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରଖାଯାଇଛି । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ନିମନ୍ତେ ଅନୁମତି ଜାରି କରିବାକୁ ସେ ନିବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ