PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅନ୍‌ଲାଇନ୍‌ରେ ବୁକିଂ ପରେ ଜଗା ଦର୍ଶନ, ସରକାରୀ ଅନୁମୋଦନକୁ ଅପେକ୍ଷା

ପୁରୀ,୦୭/୦୮: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟ ସାରଣୀ ରହିବ । ସମୟ ସାରଣୀ ମୁତାବକ ପ୍ରଥମେ କେଉଁ ସମୟରେ କେତେ ସଂଖ୍ୟାରେ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ତାହାର ଆକଳନ କରାଯିବ। ଏହି ଆକଳନ ମୁତାବକ ସମୟ ସାରଣୀ ନିର୍ଘଣ୍ଟର ସୀମା ଏବଂ ଭକ୍ତଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯିବ । ଦର୍ଶନ ଅନୁମତି ପାଇଁ ଭକ୍ତମାନେ ଅନ୍‌ଲାଇନରେ ଆବେଦନ କରିବେ । କେବଳ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପାଇଥିବା ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବାକୁ ଅନ୍‌ଲାଇନରେ ନାମ ପଞ୍ଜିକରଣ କରି ପାରିବେ । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି ।

ଏଭଳି ଦର୍ଶନ ପ୍ରସ୍ତାବକୁ ପରୀକ୍ଷା ନିରୀକ୍ଷା କରି ଫୁଲ ପ୍ରୁଫ୍‌ ବି କରାଯିବ । ଅନ୍‌ଲାଇନ ଦର୍ଶନ ପରିକଳ୍ପନାର ପ୍ରସ୍ତାବ ନେଇ ହୋଇଥିବା ଆଲୋଚନା ସଙ୍କେତରେ କିଛି ନୂତନତ୍ୱ ନାହିଁ । କାରଣ ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ପରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଏକ କମିଟି ଦେଶର ପ୍ରମୁଖ ଦର୍ଶନ ପୀଠକୁ ପରିଦର୍ଶନ କରିଥିଲେ । ଏହି କମିଟି ବି ତାଙ୍କର ରିପୋର୍ଟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକଟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳିତ ଦର୍ଶନ ଏବଂ ଶ୍ରୀମନ୍ଦିର ଦର୍ଶନାର୍ଥୀଙ୍କ ଗହଳି ନିୟନ୍ତ୍ରଣ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଶ୍ରୀମନ୍ଦିର ଦର୍ଶନ କଟକଣାକୁ ଅନଲକ୍‌ କରିବାକୁ ଚାଲିଥିବା ଆଲୋଚନା ଏବଂ କଳ୍ପନାଜଳ୍ପନାକୁ ସଫଳ ରୂପାୟନ କରିବାରେ ରାଜ୍ୟ ସରକାରଙ୍କ ଅନୁମୋଦନ ଜରୁରି ରହିଛି ।

ସବୁଦିନ ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା ହୋଇପାରିବ ନାହିଁ । ଆଜି ନହେଲେ କାଲି ଦର୍ଶନାର୍ଥୀଙ୍କ ଉପରେ ଲାଗୁ ହୋଇଥିବା ଶ୍ରୀମନ୍ଦିର କଟକଣା ଉଠିବ । ଏହି ଦର୍ଶନ ବ୍ୟବସ୍ଥାର ରୂପରେଖ କ’ଣ ହେବ ତାହା ସମୟ କହିବ । ଏହି ଦର୍ଶନ ବ୍ୟବସ୍ଥାର ମାର୍ଗଦର୍ଶିକା ନେଇ ଉଚ୍ଚସ୍ତରୀୟ ଆଲୋଚନାରୁ ନିର୍ଯ୍ୟାସ ବାହାରିଛି । ରାଜ୍ୟ ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେବାକୁ ଆଲୋଚନାରେ ପ୍ରସ୍ତାବ ଆସିଛି । ଏନେଇ ନିଷ୍ପତ୍ତି ହେବା ପୂର୍ବରୁ ଖବରଟି ଗଣମାଧ୍ୟମ ହାତରେ ଲାଗିଛି।

ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ନିଜ ପକ୍ଷରୁ ସଫେଇ ଦେଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଏଭଳି କିଛି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇନାହିଁ ।

ଉଚ୍ଚସ୍ତରୀୟ ଆଲୋଚନାର ନିର୍ଯ୍ୟାସ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ବରିଷ୍ଠ ସଦସ୍ୟ ଅବଗତ ଥିଲେ । ଭିନ୍ନ ଭିନ୍ନ ସମୟରେ ଶ୍ରୀମନ୍ଦିର ସହ ଜଡିତ ତିନି ଜଣ ବରିଷ୍ଠ ଅଧିକାରୀ ଅନ୍‌ଲାଇନ୍‌ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦେବାକୁ ଆଲୋଚନା କରିଥିଲେ । ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅବଗତ କରାଇବାକୁ ମଧ୍ୟ ଆଲୋଚନା ବେଳେ କଥା ଉଠିଥିଲା । କୋଭିଡ୍‌ ସଂକ୍ରମଣ ଏବଂ କଟକଣା ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ଉପରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ ।

ଉଚ୍ଚସ୍ତରୀୟ ଆଲୋଚନାର ସବିଶେଷ ତଥ୍ୟ ମିଳିନାହିଁ । ଯାହା କିଛି ସମ୍ୟକ୍‌ ସୂଚନା କେବଳ ମିଳିଛି । ଏହି ସୂଚନା ମୁତାବକ ଅନ୍‌ଲାଇନ୍‌ ଦର୍ଶନ ବ୍ୟବସ୍ଥାକୁ ତିନି ଦଫାରେ କଟକଣା ମୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମେ ପୁରୀ ପୌରାଞ୍ଚଳ ଲୋକଙ୍କୁ ଦର୍ଶନ ମିଳିବ । ତା ପରେ ଜିଲ୍ଲାବାସୀଙ୍କୁ ସୁଯୋଗ ମିଳିବ । ଏହା ପରେ ଅନ୍ୟ ରାଜ୍ୟର ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଉନ୍ମୁକ୍ତ ହେବ । ଶେଷରେ ବିଦେଶୀ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବା ଆଶା କରାଯାଉଛି ।