PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ବିଶ୍ୱର କୋଣ ଅନୁକୋଣରେ ଜୟ ଜଗନ୍ନାଥ ନାଦ: କ୍ରୋସିଆରେ ରଥଯାତ୍ରା ପାଳନ’ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଶଦ୍ଦରେ କମ୍ପିଲା ଗଗନ ପବନ’, କୀର୍ତ୍ତନରେ ଝୁମିଲେ ସେଠାକାର ବାସିନ୍ଦା

ରିତେକା(କ୍ରୋସିଆ)- ସାରା ବିଶ୍ୱରେ କୋଭିଡ୍‌ କଟକଣା ମଧ୍ୟରେ ରଥଯାତ୍ରା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ପୁରୀରେ କରୋନା କଟକଣା ଯୋଗୁଁ ବିନାଭକ୍ତରେ ସୁଚାରୁ ରୂପେ ରଥଯାତ୍ରା ସମ୍ପାଦିତ ହୋଇଛି । ଟେଲିଭିଜନ୍‌ ଏବଂ ସୋସିଆଲ୍‌ମିଡିଆ ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କ ଯାତ୍ରାକୁ ଦର୍ଶନ କରିପାରିଛନ୍ତି । ହେଲେ ସାରା ବିଶ୍ୱରେ ବେଶ୍‌ ଆଡମ୍ବର ଉଲ୍ଲାସର ସହ ରଥାଯାତ୍ରା ପାଳନ କରାଯାଇଛି । ୟୁରୋପର ଅନ୍ୟତମ ମହାନଗର ରିତେକାରେ ଭକ୍ତମାନେ ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସର ସହ ରଥଯାତ୍ରାକୁ ପାଳନ କରିଛନ୍ତି ।

ଆଷାଢମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଶୃଙ୍ଖଳାର ସହ ଭକ୍ତମାନେ ରଥଯାତ୍ରାରେ ରଥ ଭିଡିବା ସହ ଜଗନ୍ନାଥଙ୍କ ନାମ ସଂକୀର୍ତ୍ତନ କରିଥିଲେ । ଜୟ ଜଗନ୍ନାଥ ,ଜୟ ବଳଭଦ୍ର ଜୟ ମା ସୁଭଦ୍ରା ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।

ପାରମ୍ପରିକ ଭାରତୀୟ ବସ୍ତ୍ରରେ ଶାଢୀ ଏବଂ ଧୋତି ପରିହିତା ନରନାରୀ ଏଥିରେ ଅଂଶ ଗ୍ରହଣ କରିବା ସହ ଆଗ୍ରହର ସହ ସଂକୀର୍ତ୍ତନ କରି ନଗର ପରିକ୍ରମା କରିଥିଲେ ।

ସମ୍ବନ୍ଧିତ ଖବର