PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମେଘନାଦ ପାଚେରି ଚତୁଃପାଶ୍ୱରୁ ୮୦ ଭାଗ ଅବରୋଧ ହଟିଲା: ଆଜି ବି ଉଚ୍ଚେଦ ଚାଲିଛି

ପୁରୀ ୨୧/୮ : ଦ୍ୱିତୀୟ ଦିନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେରି ଅବରୋଧ ଉଚ୍ଛେଦ ୮୦ଭାଗ ସରିଛି । ମଙ୍ଗଳବାର ଦିନ ଶ୍ରୀମନ୍ଦିର ଉତ୍ତରଦ୍ୱାରକୁ ଲାଗି ରହିଥିବା ମଇଳା କୁଣ୍ଡକୁ ଭଙ୍ଗାଯାଇଛି । ଉଗ୍ରତାରା ମନ୍ଦିର ଏବଂ କୀର୍ତ୍ତନ ବେଢ଼ାକୁ ଭାଙ୍ଗିବାକୁ ପ୍ରସ୍ତୁତି ଚାଲିଛି । ସେହିଭଳି ପଶ୍ଚିମ ଦିଗରେ ମେଘନାଦ ପାଚେରିକୁ ଲାଗି ରହିଥିବା ଏକ ଛୋଟ ମନ୍ଦିର, ଶ୍ରୀମନ୍ଦିର ପାୱାର କଣ୍ଟ୍ରୋଲ ରୁମକୁ ଛାଡି ଆଉ ସବୁ ଅବରୋଧ ହଟାଯାଇଛି । ମେଘନାଦ ପାଚେରି ଦକ୍ଷିଣ ପାଶ୍ୱର୍ ଶୌଚାଳୟ ଏବଂ ପୂର୍ବ ପାଖର ସିଂହଦ୍ୱାର ଡାହାଣ କଡ଼କୁ ଅବରୋଧ କରି ରହିଥିବା ସରକାରୀ ସୂଚନା କେନ୍ଦ୍ର ଭଙ୍ଗା ଗତକାଲିଠାରୁ ଆରମ୍ଭ ହୋଇଥିଲା । ଏହି ଅବରୋଧ ଉଚ୍ଛେଦ ଆହୁରି ଚାଲିଛି ।

ସିଂହଦ୍ୱାର ସାମନା ବାମ ପାଶ୍ୱର୍ରେ ଥିବା ଛାଉଣି ମଠ ଏବଂ ଡାହାଣ କଡ଼ରେ ଥିବା ବଡ଼ଛତା ମଠ କେତେ ପର୍ଯ୍ୟନ୍ତ ଉଚ୍ଛେଦ ହେବ ସେନେଇ ପ୍ରଶାସନ ଆଲୋଚନା ଚଳାଇଛି । ଛାଉଣି ମଠର ମୂଳ ମନ୍ଦିର ଏବଂ ବଡ଼ଛତା ମଠର ଅଗ୍ନିବେଦିକୁ ଛାଡି ବାକି ସାମନା ଅଂଶକୁ ହଟାଯିବାକୁ ବିଚାର ଚାଲିଛି । ଏନେଇ କୌଣସି ନିଷ୍ପତ୍ତି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୋଇପାରିନାହିଁ । ସେହିଭଳି ସରକାରୀ ସୂଚନା କେନ୍ଦ୍ର ଉପରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ମୂର୍ତ୍ତିକୁ ପୂର୍ବ ଅବସ୍ଥାରେ ରଖାଯାଇଛି ।

ଏହି ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜାଗା ନିଶ୍ଚିତ ହୋଇନାହିଁ । ଦକ୍ଷିଣ ଦିଗରେ ଥିବା ବନ୍ଧୁ ମହାନ୍ତି ଆଶ୍ରମ, ଦକ୍ଷିଣ ଦ୍ୱାର ହନୁମାନ ମନ୍ଦିର, ଦକ୍ଷିଣ ଦ୍ୱାର ବାମ ପାଶ୍ୱର୍ରେ ଥିବା ଏକ ଛୋଟ ମନ୍ଦିରକୁ ବାଦ ଦେଇ ବାକି ସବୁ ଅବରୋଧ ଉଚ୍ଛେଦ ହୋଇଛି । ଲୋକଙ୍କ ସହଯୋଗରୁ ଦ୍ୱିତୀୟ ଦିନର ଉଚ୍ଛେଦ ମଧ୍ୟ ଶୃଙ୍ଖଳାର ସହ ଶେଷ ହୋଇଛି । ଅବରୋଧ ଉଚ୍ଛେଦ ଆଖପାଖ ଇଲାକାକୁ ପୁଲିସ କର୍ଡନରେ ରଖି ବୁଲଡୋଜର ଲଗାଇ ଭଙ୍ଗାଯାଉଛି ।

ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଛକରେ ମଧ୍ୟ ପୁଲିସ ସୁରକ୍ଷା ଦିଆଯାଇଛି । ସିଂହଦ୍ୱାର ଅରୁଣ ସ୍ତମ୍ଭ ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଛଡାଯାଉଛି । ଏହି ରାସ୍ତା ଦେଇ ଭକ୍ତମାନେ ବର୍ତ୍ତମାନ ପାଇଁ ପ୍ରସ୍ଥାନ ମଧ୍ୟ କରୁଛନ୍ତି । ଉଚ୍ଛେଦ ଅଭିଯାନକୁ ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶ ତତ୍ତ୍ୱାବଧାନ କରୁଛନ୍ତି ।

ଉଚ୍ଛେଦ ଅଭିଯାନରେ ବାହାରୁ ଥିବା ମଇଳାକୁ ସହର ବାହାରକୁ ପରିବହନ କରାଯାଉଛି । ସିଂହଦ୍ୱାର ସାମନା ରଥଚକଡ଼ାକୁ କର୍ଡନ କରି ରଖିଛନ୍ତି ସଶସ୍ତ୍ର ପୁଲିସ ବାହିନୀ । କର୍ଡନ ଭିତର ଦେଇ ଭକ୍ତମାନେ ଚାଲିଚାଲି ପ୍ରବେଶ କରୁଛନ୍ତି । ଗତକାଲି ଭଳି ବଡ଼ଦାଣ୍ଡରେ ମରିଚିକୋଟ ଛକ, କୃଷ୍ଣ ସିନେମା ଗଳି, ରଜା ନଅରଠାରେ ପୁଲିସ ପ୍ରହରା ରହିଥିଲା । ସମସ୍ତ ଅବରୋଧ ସଂପୂର୍ଣ ହଟାଇବାକୁ ଆଉ ଦୁଇ ଦିନ ସମୟ ଆବଶ୍ୟକ ଥିବା ପ୍ରଶାସନ ସୂତ୍ରରୁ ଖବର ମିଳିଛି ।

ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଶ୍ରୀମନ୍ଦିର ପୂର୍ବପାଖରୁ ଦୁଇଟି ଜୋତା ଷ୍ଟାଣ୍ଡ, ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର, ସିଂହଦ୍ୱାର ଫାଣ୍ଡି, ଲଙ୍ଗୁଳି ମଠ କାନ୍ଥ, ସୂଚନା ଲୋକସମ୍ପର୍କ ବିଭାଗ ସୂଚନା କେନ୍ଦ୍ର, ଗୋଟିଏ ବେସରକାରୀ ଅବରୋଧକୁ ଉଚ୍ଛେଦ କରାଯାଇଛି । ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ ପାଖରୁ ସାମାନ ଘର, ଖଜା ଦୋକାନ ଭଙ୍ଗା ଯାଇଛି । ଦକ୍ଷିଣ ଦ୍ୱାର ଶୌଚାଳୟ ଛାତକୁ ଡ୍ରିଲ ମେସନ ଲଗାଇ ଆଜି ବି ଭଙ୍ଗା ଯାଉଛି । ଆଜି ରାତି ସୁଦ୍ଧା ଏହି ଛାତ ଭଙ୍ଗା ଶେଷ ହେବା ଆଶା କରାଯାଉଛି । ଶ୍ରୀମନ୍ଦିର ପଶ୍ଚିମ ପାଶ୍ୱର୍ରୁ ସେସୁ ଅଫିସକୁ ଭଙ୍ଗା ସରିଛି । ଏହି ଦିଗର ଭଙ୍ଗାଭଙ୍ଗି ଆସନ୍ତାକାଲି ସୁଦ୍ଧା ଶେଷ ହେବ ।