ଭକ୍ତି – ୮୦ ବର୍ଷରେ ଜଗନ୍ନାଥଙ୍କ ପାଇଁ ବୁଣୁଛନ୍ତି ପାଟ ବସ୍ତ୍ର,ମିଳୁଛି ପରମ ଆନନ୍ଦ ଓ ତୃପ୍ତି

ଖୋର୍ଦ୍ଧା – ଶ୍ରୀକ୍ଷେତ୍ରର ତିନି ଠାକୁରଙ୍କର ଅଙ୍ଗ ବସ୍ତ୍ର ଲାଗି ପାଇଁ ଖୋର୍ଦ୍ଧ। ନିକଟସ୍ଥ ରାଉତପଡାର ବୁଣାକାରମାନେ ଲାଗିପଡିଛନ୍ତି ମହାପ୍ରଭୁଙ୍କର  ୧୨ ମାସରେ ୧୩ ପର୍ବ ଓ ଦୈନ ଦିନ ଶେବାରେ ଅଙ୍ଗ ବସ୍ତ୍ର ଲାଗି ହୋଇଥାଏ। ଶ୍ରୀ ଜୀଉଙ୍କର ବସ୍ତ୍ର ପ୍ରସ୍ତୁତ କରିବାର ସୁଯୋଗ ମିଳିଥିବାରୁ ବେଶ ଆନନ୍ଦିତ ଅଛନ୍ତି ବୁଣାକାରମାନେ। ଗତ ବର୍ଷ ଫନି ଚଳିତ ବର୍ଷ ଲକ୍‌ଡାଉନ ବୁଣାକରମାନଙ୍କୁ କିଛି ମାତ୍ରାରେ ବାଧା ଦେଇଥିଲେ  ସୁଦ୍ଧା ମହାପ୍ରଭୁଙ୍କ କୃପାରୁ ଅଙ୍ଗ ବସ୍ତ୍ର ତିଆରିକାମ ସୁରୁଖୁରୁରେ ଚାଲିଛି। 

ବୟସ ୮୦ ଟପିଲାଣି । ଅଣ୍ଟା ନଇଁ ଗଲାଣି । କିନ୍ତୁ ହାତକୁ ତର ନାହିଁ । ପେଟ ପୋଷିବା ପାଇଁ ନୁହେଁ, ବରଂ ହାତ ତିଆରି ସୂତାରେ ବସ୍ତ୍ର ବୁଣା ହେଲେ ଠାକୁର ପିନ୍ଧିବେ-ଏହି ଭକ୍ତି ଭାବନାରେ ଦିନରାତି ସୂତା କଟାରେ ଲାଗି ପଡିଛନ୍ତି ବୃଦ୍ଧା ଜଣକ । କିଏ ସୂତା କାଟୁଛି, କିଏ ରଙ୍ଗ କରୁଛି ତ ଆଉ କିଏ ଲାଗି ପଡିଛି ବୁଣା କାର୍ଯ୍ୟରେ । କାଳିଆ ଠାକୁର ଓ ତାଙ୍କ ଭାଇ ଭଉଣୀଙ୍କ ଦୈନଦିନ ସେବା ପାଇଁ ଅଙ୍ଗ ବସ୍ତ୍ର ଓ ପାଟ ପ୍ରସ୍ତୁତରେ ଲାଗି ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଉତପଡ଼ା ଗାଁର ବୁଣାକାର । ସାରା ଗାଁର ବୁଣାକାର ପରିବାର ସମର୍ପିତ ମନୋଭାବ ନେଇ ରାଜରାଜୁଡା ଆମଳରୁ ଏହି କାର୍ଯ୍ୟ କରିଆସୁଛନ୍ତି ।

ଶ୍ରୀଜିଉଙ୍କର ବାରମାସରେ ତେରପର୍ବ । ସବୁଥିରେ ଆବଶ୍ୟକ ହୋଇଥାଏ ଭିନ୍ନ ଭିନ୍ନ ବସ୍ତ୍ର। ପୁଣି ସବୁଗୁଡ଼ିକର ଆକାର ଏବଂ ରଙ୍ଗ ମଧ୍ୟ ଅଲଗା ଅଲଗା। ପୃଥକ ପୃଥକ ବାରରେ ଠାକୁର ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରନ୍ତି । ପତନି, ନେତଖଣ୍ଡୁଆ, ଶ୍ରୀମୁଖ ଓତା, ନାଲି ଚେହେଲି, ହଳଦିଆ ଚେହେଲି, ସବୁଜ ଚେହେଲି, ବୋଇରାଣି, ଗଦିଫେଟା, ମଲମଲ, ବାରହାତୀ ଗଡ଼ା, ଷୋଳହାତୀ ଗଡ଼ା ଏବଂ ଚବିଶ ହାତିଆ ସୂତାଫୁଟା ଆଦି ବିଭିନ୍ନ ପ୍ରକାର ବସ୍ତ୍ର ଲୋଡ଼ା ଶ୍ରୀଜୀଉଙ୍କ ପାଇଁ। ଠାକୁରଙ୍କ ପାଟବସ୍ତ୍ରରେ ଶ୍ଳୋକ ଲେଖାଯାଇଥାଏ। ସେଥିପାଇଁ ସ୍ବତନ୍ତ୍ର  ବୁଣାକାର ଅଛନ୍ତି। ଠାକୁରଙ୍କ ବସ୍ତ୍ର ବୁଣା ସରିବା ପରେ ରାଉତପଡ଼ା ଗାଁର ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ବସ୍ତ୍ର ଧରି ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ସମର୍ପି ଦେଇଥାଆନ୍ତି। ଚଳିତ ବସ୍ତ୍ର ସ୍ନାନ ପୁର୍ଣ୍ଣମୀ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ବସ୍ତ୍ର ଗୁଡିକ ହସ୍ତାନ୍ତର କରାଯିବ ବୋଲି କୁହନ୍ତି ବୁଣାକାର । 

ଠାକୁରଙ୍କ ବସ୍ତ୍ର ବୁଣିବାରେ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳେନି ସତ, କିନ୍ତୁ ଏଥିରେ ବୁଣାକାରଙ୍କୁ ମିଳେ ଆନନ୍ଦ ଏବଂ ପରମ ତୃପ୍ତି ।

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ଟ୍ରକ ଚୋରି କରି ଜେଲ୍ ‌ଯାଇଥିଲା , ଜାମିନ୍‌ରେ ଆସି ପୁଣି ଥାନା ପରିସରରୁ ସେହି ଟ୍ରକକୁ ଚୋରି କଲା ଚୋର

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ