କଂଗ୍ରେସରେ ଯୋଗଦେଲେ ଓଡିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର ୧୪/୩: ହାତ ଧରିଲେ ଯଜ୍ଞେଶ୍ୱର । କଂଗ୍ରେସରେ ଯୋଗଦେଲେ ଓଡିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ । ଗୁରୁବାର କଂଗ୍ରେସ ଭବନର ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଯଜ୍ଞେଶ୍ୱର ।
ପୂର୍ବରୁ ଦଳର ୧୫ଟି ଲୋକସଭା ଓ ୧୦୫ ବିଧାନସଭା ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି । ତେବେ ଆସନ୍ତା ୧୬ ତାରିଖରେ ପୁଣି ସ୍କ୍ରିନିଂ କମିଟି ବୈଠକ ବସିବ । ୧୭ତାରିଖ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି ଗତକାଲି ନିରଞ୍ଜନ ସୂଚନା ଦେଇଥିଲେ ।