ଏହି ଦେଶରେ ଦୁଇଟି ବିବାହ ନ କରିଲେ ମିଳେ ଆଜୀବନ କାରାଦଣ୍ଡ

ସାରା ଦେଶରେ ଅଲଗା ଅଲଗା ସଂସ୍କୃତି ଓ ପରମ୍ପରା ରହିଛି। ସେହିଭଳି ଭାରତରେ ମଧ୍ୟ ଏଭଳି ଏକ ପରମ୍ପରା ରହିଛି ଯେଉଁଠି ଗୋଟିଏ ପୁରୁଷ ଅନ୍ୟ ଏକ ମହିଳାକୁ ବିବାହ କରି ନୂଆ ଘର ସଂସାର କରିଥାଏ। ଯଦି ଦ୍ବିତୀୟ ସ୍ତ୍ରୀ ରଖନ୍ତି ତେବେ ଆଇନ ଅନୁଯାୟୀ ସେମାନଙ୍କୁ ଜେଲ୍ ଦଣ୍ଡ ମିଳିପାରିବ। ମାତ୍ର ସଂସାରରେ ଏମିତି ବି ଏକ ଦେଶ ଅଛି ଯେଉଁଠାରେ ଗୋଟିଏ ପୁରୁଷ ଯଦି ଗୋଟିଏ ସ୍ତ୍ରୀ ରଖନ୍ତି ତେବେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ।

ଆଫ୍ରିକାରେ ଥିବା ଏହି ଦେଶ ହେଉଛି ଇରିଟ୍ରିୟା। ଯେଉଁଠାରେ ଏମିତି ଏକ ଆଇନ ରହିଛି କି ଜଣେ ପୁରୁଷକୁ ଦୁଇଥର ବିବାହ କରିବାକୁ ପଡ଼େ। ଯଦି କୈାଣସି ପୁରୁଷ ଏହି କଥାକୁ ନମାନେ ତେବେ ତାକୁ ଜେଲ ପଠାଇଦିଅନ୍ତି। କେବଳ ଜେଲକୁ ପଠାଇଦେଲେ କଥା ସରିଯାଏ ତାହାନୁହେଁ ସେହି ପୁରୁଷକୁ ଆଜୀବନ କାରାଦଣ୍ଡ ଭଳି ଦଣ୍ଡ ମଧ୍ୟ ମିଳିଥାଏ। ଯଦି କୈାଣସି ମହିଳା ନିଜ ସ୍ବାମୀକୁ ଛାଡ଼ି ଦ୍ବିତୀୟ ବିବାହ କରିବ ତେବେ ମହିଳାକୁ ତ ଦଣ୍ଡ ମିଳିବ ତା ସହିତ ଉକ୍ତ ମହିଳାଙ୍କ ଯୋଗୁଁ ପୁରୁଷକୁ ବି ଦଣ୍ଡ ମିଳିବ ।

ସରକାର ଏହି ନିଷ୍ପତ୍ତିକୁ ନେଇ କହିଛନ୍ତି କି, ଇରିଟ୍ରିୟାରେ ବହୁ କାଳରୁ ଯୁଦ୍ଧ ହୋଇଆସୁଛି। ଏହି ଯୁଦ୍ଧରେ ଇରିଟ୍ରିୟାର ବହୁତ ସୈନିକଙ୍କ ମୃତ୍ୟୁ ହୋଇସାରିଛି। ଏହି ଯୁଦ୍ଧ କାରଣରୁ ୧୯୯୮ରୁ ୨୦୦୦ ମସିହା ଭିତରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନକୁ କମି ଯାଇଥିଲା।।
ଏହି କାରଣ ନେଇ ଦେଶରେ ଝିଅଙ୍କ ଅପେକ୍ଷା ପୁଅଙ୍କ ସଂଖ୍ୟା କମିଯାଉଛି। ସରକାରଙ୍କ କହିବାନୁସାରେ, ମହିଳା ଏକଲା କିମ୍ବା ବିନା ବାହାଘରରେ ନିଜ ଜୀବନକୁ ବିତେଇପାରିବେ ନାହିଁ। ତେଣୁ ମହିଳାଙ୍କ ସୁରକ୍ଷା ଏବଂ ଦେଶରେ କମୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି।