ଏହି ରାଜ୍ୟରେ କରୋନା ଗାଇଡ୍ ଲାଇନ୍ ନମାନିଲେ ୩ ବର୍ଷ ଜେଲ ଓ ଜରିମନା, ଜାଣନ୍ତୁ କ’ଣ ରହିଛି ନିୟମ

ଜୟପୁର,୨୩।୯: ସାରା ବିଶ୍ବ ସହିତ ଦେଶରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ଭାରତରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବଢିବା​‌ରେ ଲାଗିଛି। ଏହା ଉପରେ ନିୟନ୍ତ୍ରଣ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ଯେପରିକି ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ସାନିଟାଇଜ୍ କରିବା ଓ ସାମଜିକ ଦୂରତ୍ବ ପାଳନ କରିବା। ଏହାକୁ ମାନୁନଥିବା ଲୋକଙ୍କ ପାଇଁ ମଧ୍ୟ ଦଣ୍ଡ ରହିଛି, କିନ୍ତୁ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦଣ୍ଡ ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି।  ଗାଇଡଲାଇନ୍ ଉଲଂଘନ କରିବା ସରପଞ୍ଚ ଓ ପ୍ରାର୍ଥୀ ଏବଂ  ତାଙ୍କର ସମର୍ଥକଙ୍କୁ ଭାରି ପଡିପାରେ।

ଗାଇଡ ଲାଇନ୍ ଉଲଂଘନ କରୁଥିବା ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଯଦିଓ ରଦ୍ଦ ହେବନି କିନ୍ତୁ ତାଙ୍କୁ ଆର୍ଥିକ ଦଣ୍ଡ ସହିତ ୩ ବର୍ଷର ଜେଲ ଦଣ୍ଡ ମିଳିପାରେ। ଏହା ସହିତ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାର ସାମନା କରିବାକୁ ପଡିବ। ନିକଟରେ ଯୋଦ୍ଧପୁର ପୋଲିସ କରୋନା ଗାଇଡ ଲାଇନ୍ ଉଲଂଘନ କରିଥିବା ଦୁଇଜଣ ସରପଞ୍ଚ ପାର୍ଥୀଙ୍କ ସହ ଅନ୍ୟ ଲୋକଙ୍କ ବିରୋଧରେ ବନାଡା ଓ ଡାଗିୟାବାସ୍ ଥାନାରେ ମାମଲା ରୁଜୁ କରିଛି।

ଗାଇଡ୍ ଲାଇନ୍ ଅନୁସାରେ, ନିର୍ବାଚନ ଲଢୁଥିବା ସରପଞ୍ଚ ପ୍ରାର୍ଥୀ ଅନୁମତିପ୍ରାପ୍ତ ପଦ୍ଧତି ଅନୁସାରେ ପ୍ରଚାର କରିପାରିବେ। ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ଏହାର ଉଲଂଘନ କଲେ କଠୋର ଦଣ୍ଡ ଓ ଜରିମନାର ନିୟମ ରହିଛି। ନିର୍ବାଚନ ପ୍ରଚାରରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଉଲଂଘନ ହୁଏ ତେବେ  ବିପର୍ଯ୍ୟୟ ପରିଚାଳନା ଆଇନ -୨୦୦୫ ର ଧାରା ୫୧ ରୁ ୬୦ ପର୍ଯ୍ୟନ୍ତ ଏବଂ ଧାରା -୧୮୮ ଏବଂ ଆଇପିସିର ଅନ୍ୟାନ୍ୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲଂଘନକାରୀଙ୍କୁ ୩ ବର୍ଷ କାରାଦଣ୍ଡ ଏବଂ ୧୦,୦୦ ଟଙ୍କା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶାବଳୀର ଅନୁସରଣ କରିବାକୁ ଅନୁମତି ଦିଆଯାଇଛି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା