ଜୈଶ ମୁଖ୍ୟ ମାସୁଦ ଆଝାର ମୃତ !

ନୂଆଦିଲ୍ଲୀ,୩।୩: ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ମୃତ୍ୟୁ ହୋଇଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ ଫେବୃଆରୀ ୨୬ରେ ବାଲକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ ତା’ର ମୃତ୍ୟୁ ହୋଇଛି। ଅନ୍ୟଏକ ସୁତ୍ରରୁ ମିଳିଥିବା ଖବର ମୁତାବକ ଗତ କିଛି ଦିନ ଧରି ଯକୃତ କର୍କଟରେ ଅସୁସ୍ଥ ଥିବାରୁ ତା’ର ଚିକିତ୍ସା ଚାଲିଥିଲା। ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିବାର କୁହାଯାଉଛି।   ଯଦିଓ ଏନେଇ ସରକାରୀ ଭାବରେ କୌଣସି ଘୋଷଣା କରାଯାଇ ନାହିଁ, କିନ୍ତୁ କୁହାଯାଉଛି ଯେ ପାକିସ୍ତାନୀ ସେନାର ଅନୁମତି ପରେ ମାସୁଦ ଆଝାର ମୃତ୍ୟୁବରଣ କରିଥିବା ନେଇ ଘୋଷଣା କରାଯିବ।

ନିକଟରେ ଏକ ସାକ୍ଷାତକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ କହିଥିଲେ ‘ମୋ ପାଖରେ ଯେତିକି ସୂଚନା ରହିଛି ଆଝାର ଖୁବ୍ ଅସୁସ୍ଥ ଅଛନ୍ତି। ଏବେ ସେ ଘରୁ ବାହାରି ପାରୁନାହାଁନ୍ତି। ଗତକାଲି ଜଣେ ପାକ୍ ସୁରକ୍ଷା ଅଧିକାରୀ କହିଥିଲେ ଆଝାରର କିଡନୀ ଖରାପ ହୋଇଯାଇଛି। ତା’ର ଚିକିତ୍ସା ରାଓ୍ବଲପିଣ୍ଡି ସେନା ହସ୍ପିଟାଲରେ ଚାଲିଥିଲା ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…