ଜୈଶର ଧମକପୂର୍ଣ୍ଣ ଚିଠି:ଗୁଜରାଟ ସହିତ ଏହି ୬ଟି ରାଜ୍ୟରେ ହେବ ବିସ୍ଫୋରଣ,ହଜାର ହଜାର ଲୋକ ମରିବେ

ଗାନ୍ଧିନଗର,୧୫।୯: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ପକ୍ଷରୁ ଗୁଜରାଟ ସମେତ ଦେଶର ୬ଟି ରାଜ୍ୟରେ ଥିବା ୧୧ ଟି ରେଲଓ୍ବେ ଷ୍ଟେସନ୍ ଓ ମନ୍ଦିରକୁ ବମ୍ ପକାଇ ଉଡାଇବାର ଧମକ ଦେଇଛି। ଏକ ଧମକପୂର୍ଣ୍ଣ ଚିଠି  ରୋହତକ ଜଙ୍କସନ୍ ଷ୍ଟେସନ୍ ସୁପରିଟେଣ୍ଡେଣ୍ଟ ୟଶପାଲ ମିଣାଙ୍କୁ ରେଜିଷ୍ଟରଡ ଡାକ୍ ଯୋଗେ ମିଳିଛି। ଏହି ଚିଠିରେ ଲେଖା ଯାଇଛି ୮ ଅକ୍ଟୋବରରେ ଯେତେବେଳେ ସାରା ଦେଶରେ ଦଶହରା ପର୍ବ ପାଳକ କରାଉଥିବ, ସେ ବିସ୍ଫୋରଣ କରି ଚାରିଆଡେ ରକ୍ତରେ ବୁହାଇବ।’

ରୋହତକ ରେଲଓ୍ବେ ଏସପି ଧୀରଜ ସୋତିୟା ଏହି ଚିଠି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଧାରଣ ଡାକ ଜରିଆରେ ଜୈଶ-ଇ-ମହମ୍ମଦ ପକ୍ଷରୁ ଏହି ଧମକ ଦିଆଯାଇଛି। ଚିଠିର ଗମ୍ଭୀରତାକୁ ଦେଭଖି ଯାଞ୍ଚ ଆରମ୍ଭ କରାଯାଇଛି। ସେଭଳି ଷ୍ଟେସନରେ ସୁରକ୍ଷାକୁ ବଢାଇବାର ମଧ୍ୟ ନିର୍ଦେଶ ଜାରି କରାଯାଇଛି। ରେଲଓ୍ବେ ଏସପିଙ୍କ କହିବା ଅନୁସାରେ, ଯେଉଁ ଚିଠି ମିଳିଛି ସେଥିରେ ମାସୁଦ ଅହମ୍ମଦ ନାମକ ଜଣେ ବ୍ୟକ୍ତିର ନାଁ ରହିଛି। ଏଥିରେ ସେ ନିଜକୁ ଜୈଶ-ଇ-ମହମ୍ମଦର ଜମ୍ମୁ-କଶ୍ମୀର ଅଞ୍ଚଳର କମାଣ୍ଡର ବୋଲି କହିଛନ୍ତି। ଚିଠିରେ ଲେଖା ହୋଇଛି ଆମେ ନିଜର ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନିଶ୍ଚିତ ନେବୁ। ଏଥର ଆମେ ଭାରତ ସରକାରକୁ ମୂଳରୁ ଉପାଡି ଦେବୁ।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….