PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • ରାଉରକେଲା: ୩୦ଟି ଗୋଦାମ ଉପରେ ପୋଲିସ ଓ ଯୋଗାଣ ବିଭାଗର ମିଳିତ ଚଡାଉ, ଖସିଲା ଆଳୁ ଓ ପିଆଜ ଦର
  • ||
  • ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ବଘିଆବେରନା ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
  • ||
  • କରୋନାରେ ଆଖିବୁଜିଲେ ବିଶିଷ୍ଟ ନାଟ୍ୟ ପ୍ରତିଭା ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର
  • ||
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ହସ୍ପିଟାଲରୁ ଜୈସ୍‌ କ୍ୟାମ୍ପକୁ ମାସୁଦ ସ୍ଥାନାନ୍ତର

ଶ୍ରୀନଗର,୪ ।୩(ଏଜେନ୍ସି): ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମୌଲାନା ମାସୁଦ ଆଝାରର ମୃତ୍ୟୁ ଘଟିଥିବା ଖବର ପ୍ରସାରିତ ହେଉଥିବା ବେଳେ ପାକିସ୍ତାନ ସେନା ତାକୁ ରାୱଲପିଣ୍ଡିସ୍ଥିତ ସାମରିକ ହସ୍ପିଟାଲରୁ ବାହାବଳପୁର ନିକଟ ଜୈସ୍‌ କ୍ୟାମ୍ପକୁ ସ୍ଥାନାନ୍ତର କରିଛି । ରବିବାର ରାତି ୭ଟା ୩୦ରେ ତାକୁ ବାହାବଳପୁର ନିକଟ ଗୋଠଘନି ଠାରେ ଥିବା କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି । ହସ୍ପିଟାଲରୁ ସ୍ଥାନାନ୍ତର ପରେ ମାସୁଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କଡା ସମାଲୋଚନା କରିଛି । ଭାରତ ଓ ଆନ୍ତର୍ଜାତିକ ଚାପରେ ଇମ୍ରାନ ସରକାର କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛି । କିଛିମାସ ଧରି ମାସୁଦ କିଡ୍‌ନୀ ରୋଗରେ ପୀଡ଼ିତ ଥିଲା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସେଠାରେ ତାକୁ ପାକିସ୍ତାନୀ ସେନା କଡ଼ା ସୁରକ୍ଷାରେ ରଖିଥିଲା । ତେବେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତର ସମ୍ଭାବ୍ୟ ଆକ୍ରମଣ ଭୟରେ ତାହାର ସୁରକ୍ଷା ବଢ଼ାଇ ଦିଆଯାଇଥିଲା । ପାକିସ୍ତାନୀ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍‌ର ୧୦ କମାଣ୍ଡୋକୁ ତାର ଅତିରିକ୍ତ ସୁରକ୍ଷାରେ ନିୟୋଜିତ କରାଯାଇଥିଲା । ତେବେ ମାସୁଦ୍‌ର ମୃତ୍ୟୁ ଖବରକୁ ଜୈସ୍‌ ଖଣ୍ଡନ କରିବା ସହ ସେ ସୁସ୍ଥ ଓ ଜୀବିତ ଅଛି ବୋଲି କହିଛି । କେବଳ ଏତିକି ନୁହେଁ ଭାରତୀୟ ବାୟୁସେନା ବାଲାକୋଟ ତାଲିମ୍‌ କେନ୍ଦ୍ର ଉପରେ ଇସ୍ରାଏଲ ନିର୍ମିତ ଗାଇଡେଡ୍‌ ମିସାଇଲ ଆକ୍ରମଣ କରିବା ଘଟଣାକୁ ଜୈସ୍‌ ସ୍ୱୀକାର କରିବା ସହ ଆଲ୍ଲାଙ୍କ ଦୟାରୁ ତାହା ଲକ୍ଷ୍ୟଭ୍ରଷ୍ଟ ହେବା ସହ କୌଣସି କ୍ଷୟକ୍ଷତି ଘଟିନଥିବା ମଧ୍ୟ କହିଛି ।
ଗତକାଲି ଜୈସ୍‌ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି ଇମ୍ରାନ ସରକାର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶାରଫଙ୍କ ନୀତିକୁ ଅବଲମ୍ବନ କରୁଛି । ୯/୧୧ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଆମେରିକା ପାକିସ୍ତାନକୁ କହିଥିଲା । ଆମେରିକା ଚାପରେ ମୁଶାରଫ ଅନେକ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହିଭଳି ପୁଲୱାମା ଆକ୍ରମଣ ପରେ ଇମ୍ରାନ ସରକାର ଉପରେ ଭାରତ ଚାପ ପକାଇଛି । ସେଥିପାଇଁ ପ୍ରଥମେ ଧରାପଡ଼ିଥିବା ଭାରତୀୟ ପାଇଲଟଙ୍କୁ ଛାଡ଼ି ଦିଆଗଲା । ବର୍ତ୍ତମାନ ଇସ୍‌ଲାମୀୟ ସେମିନାରୀ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଯୋଜନା କରୁଛନ୍ତି । ଭାରତ ଭଳି ଶତ୍ରୁ ବିରୋଧରେ ଇମ୍ରାନ ନରମ ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ନିଜ ଦେଶର ନାଗରିକଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖୁଛନ୍ତି । ଭାରତ ବିରୋଧରେ ଆହୁରି ଆକ୍ରମଣ କରିବାକୁ ପ୍ରସ୍ତୁତ ରହିବାକୁ କ୍ୟାଡରମାନଙ୍କୁ ଜୈସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଉକ୍ତ ବିବୃତିରୁ ଜଣାପଡ଼ିଛି ।