PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ଘଟଣା: ଜୈଶ-ଉଲ୍-ହିନ୍ଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କଲା,ଏବେ କହିଲା- ପିଚକର ଅଭି ବାକି ହୈ…

https://hindi.oneindia.com/

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ମିଳିବା ମାମଲାରେ ରବିବାର ବଡ ଖବର ସାମନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ  ଜୈଶ-ଉଲ-ହିନ୍ଦ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। କୁହାଯାଉଛି ଯେ, ଘଟଣା ପାଇଁ ନିଜକୁ ଦାୟୀ କରିବା ସହ ଜୈଶ-ଉଲ୍-ହିନ୍ଦ୍ କହିଛି ବିଗ୍ ପିକଚର ଆସିବା ଏବେ ବାକି ଅଛି। ଉଲ୍ଲେଖନୀୟ ଯେ, ଏହି ମାମଲାରେ ଏନଆଇଏ ଓ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତରେ ଲାଗି ରହିଛି।

ଏକ ଟେଲିଗ୍ରାମ ବାର୍ତ୍ତା ଜରିଆରେ ଜୈଶ-ଉଲ୍-ହିନ୍ଦ୍ ଦାବି କରିଛି ଯେ, ଏସୟୁଭିରେ ବିସ୍ଫୋରକ ରଖିଥିବା ଆତଙ୍କବାଦୀ ଠିକ୍ ଭାବରେ ଘରେ ପହଁଞ୍ଚି ଯାଇଛି। ନିଜର ବାର୍ତ୍ତାରେ ଏହି ଆତଙ୍କବାଦୀ ସଂଗଠନ ଲେଖିଛି ଯେ, ଏହା କେବଳ ଏକ ଟ୍ରେଲର ପୁରା ପିକଚର ଏବେ ବାକି ଅଛି। ବାର୍ତ୍ତାରେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଟଙ୍କା ମଗାଯାଇଛି। ଯଦି ଅମ୍ବାନୀ ତାଙ୍କର ଦାବିକୁ ଗ୍ରହଣ ନକରନ୍ତି ତେବେ ଆଗାମୀ ଥର ତାଙ୍କ  ପୁଅର କାର୍ ଉପରେ ଆକ୍ରମଣ ହେବ।

‘TERROR AT AMBANI HOUSE’ ର ଟାଇଟଲ ଥିବା ମେସେଜରେ ଆତଙ୍କବାଦୀମାନେ ଲେଖିଛନ୍ତି, ଆପଣ(ଅମ୍ବାନୀ) ଜାଣନ୍ତି ଯେ, ସେ କ’ଣ କରିବେ। ଯେଉଁ ଟଙ୍କା ଆପଣଙ୍କୁ ଦେବାକୁ କୁହାଯାଇଛି ତାହା ଟ୍ରାନ୍ସଫର କରି ଓ ନିଜର ‘ଫ୍ୟାଟ୍ କିଡସ୍’ ସହିତ ଖୁସିରେ ରୁହନ୍ତୁ। ଉଲ୍ଲେଖନୀୟ ଯେ, ଜୈଶ-ଉଲ୍-ହିନ୍ଦ ସଂଗଠନ ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଓ ଏନଆଇଏ ଦୁହେଁ ମିଳିମିଶି ଯାଞ୍ଚ କରୁଛନ୍ତି। ପୋଲିସ ପୂର୍ବରୁ ହିଁ ଏହି ମାମଲାରେ ଆତଙ୍କବାଦୀ ଦିଗକୁ ନେଇ ତଦନ୍ତ କରୁଛି। ତେବେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ ନକରିବା କାରଣରୁ ପୋଲିସ ସ୍ପଷ୍ଟ ଭାବରେ ଏହାର ସୂଚନା ଦେଉନଥିଲା। ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରେ କାର ପାର୍କ କରିବା ବେଳେ ଜଣେ ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ସନ୍ଦିଗ୍ଧ ବ୍ୟକ୍ତିଜଣକ ନିଜର ଚେହେରାରେ ମାସ୍କ ଲଗାଇଥିଲେ। ପୋଲିସ ସନ୍ଦିଗ୍ଧ ବ୍ୟକ୍ତିର ଚିହ୍ନଟ କରିଥିଲା ଓ ମାମଲାରେ ତା’ର କନେକ୍ସନକୁ ନେଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର