PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ସୈାନ୍ଦର୍ଯ୍ୟକରଣ ହେବ ଯାଜପୁରର ବିରଜା ମନ୍ଦିର

ଯାଜପୁର, ୨୬/୨ : ପୁରୀ ଓ ଲିଙ୍ଗରାଜ ଭଳି ସୁସଜ୍ଜିତ ହେବାକୁ ଯାଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ। ଉନ୍ନତିକରଣ କରାଯାଇ ମନ୍ଦିର ପରିସରକୁ ସୌନ୍ଦର୍ଯୀକରଣ କରାଯିବ। ଏହାଦ୍ଵାରା ପର୍ଯ୍ୟଟକମାନେ ଆକର୍ଷିତ ହେବେ । ଦୋଳ ମଣ୍ଡପ ,ମୁକ୍ତି ମଣ୍ଡପ, ଭୋଗ ଦୋକାନ ପ୍ରଶାସନିକ ଦପ୍ତର , ୫୪ ଓ ୪୨ ମହାଦେବଙ୍କ ମନ୍ଦିର ନିର୍ମାଣ ସହ ଆନନ୍ଦ ବଜାର ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ । ଏତଦ୍ ବ୍ୟତୀତ ମନ୍ଦିର ଭିତରେ ଥିବା ମ୍ୟୁଜିୟମ ବାହାରକୁ ଯିବା ସହ ବିବାହ ଉତ୍ସବ ପାଇଁ ଲାଗି ପଦାରେ ରହିବ ମଣ୍ଡପ । ଏଥିଲାଗି ପ୍ରସ୍ତୁତ ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ) ସହ ଡେମୋ କରାଯାଇ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ୬ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି।

ତେବେ ସୌନ୍ଦର୍ଯୀକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସାଢେ ୬ କୋଟି ଟଙ୍କା ରାଜ୍ୟ ସରକାର ମଞୁରି କରିଛନ୍ତି । ଏବେ ମନ୍ଦିର ପରିସରରେ ଥିବା ଦୋଳ ମଣ୍ଡପ, ମୁକ୍ତିମଣ୍ଡପ ଭୋଗ ଦୋକାନ, ପ୍ରଶାସନିକ ଦପ୍ତର ୫୪ ଓ ୪୨ ମହାଦେବଙ୍କ ମନ୍ଦିର ଆନନ୍ଦ ବଜାର ଅତ୍ୟାଧୁନିକ ଶୈଳିରେ ନିର୍ମାଣ ହେବ । କିପରି ନୂତନ ଶୈଳୀରେ ମନ୍ଦିରର ଶୋଭା ବର୍ଦ୍ଧନ ହେବ ଏବଂ ଭକ୍ତଙ୍କୁ ଆକୃଷ୍ଟ କରିବ ସେ ସଂପର୍କରେ ମନ୍ଦିର ପ୍ରଶାସନ ଦେଇଥିବା ଡେମୋକୁ ସମସ୍ତେ ସ୍ଵୀକୃତ କରିଛନ୍ତି। ଏହା ସହ ମନ୍ଦିର ଶୋଭା ବର୍ଦ୍ଧନ ସହ ସୋନ୍ଦର୍ଯ୍ୟକରଣ ହେଲେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିବ । ଯାହା ଦ୍ଵାରା ସେବାୟତମାନେ ମଧ୍ୟ ୨ପାଇସ ରୋଜଗାର କରିବା ସହ ପରିବାର ଚଳାଇପରିବେ ବୋଲି କହିଛନ୍ତି ସେବାୟତ ।

ମା ବିରଜାଙ୍କ କ୍ଷେତ୍ର ହେଉଛି ଦେଶର ୬୮ ଟି ଓ ରାଜ୍ୟର ୧୮ ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ନାଭି କ୍ଷେତ୍ରରେ ପିଣ୍ଡଦାନ କଲେ ପିତୃପରୁଷ ସ୍ୱର୍ଗଗାମୀ ହୁଅନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ଏହା ଗଦା କ୍ଷେତ୍ର ଭାବେ ପରିଚିତ । ତେବେ ଏହି ପ୍ରସିଦ୍ଧ ମନ୍ଦିର ଆହୁରି ପ୍ରତିଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।