ଜଟଣୀରେ ଜାଲ୍‌ ନୋଟ୍‌ ଜବତ : ଦୁଇ ଗିରଫ

ଜଟଣୀ  ୧୦-୦୩: ଜଟଣୀର ଜାଲ୍‌ ନୋଟ କାରବାରର ପର୍ଦ୍ଦାଫାଶ ।  ଏହି ଅଭିଯୋଗରେ ଆଦର୍ଶ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି ।

 ସୂଚନା ଅନୁଯାୟୀ କଟକ ଜିଲା ତାଳବସ୍ତ ଗାଁର ବିଜୁ ଦାସ ଏବଂ ଯାଆଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡାର ବପୁଜି ଚରଣ ସିଂ ଖୋର୍ଦ୍ଧା ଅଂଚଳରେ ଜାଲ ନୋଟ କାରବାର କରୁଥିଲେ । ଏ ବିଷୟରେ ସୂଚନା ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ନିକଟରୁ ୮୫୫୦ଟଙ୍କାର ଏକଶହ  ଏବଂ ପଚାଶ ଟଙ୍କିଆ ଜାଲ ନୋଟ ଜବତ କରିଛି ।