ଦେଖନ୍ତୁ, ଜାଲରେ ଫସିଥିବା ନାଗକୁ ଉଦ୍ଧାର କଲେ ଗ୍ରାମବାସୀ – ପୂର୍ବରୁ ସାପ କାମୁଡାରେ ଜଣେ ମହିଳାଙ୍କର ହୋଇଥିଲା ମୃତ୍ୟୁ

ଭଦ୍ରକ – କିଛି ଦିନତଳେ ଭଦ୍ରକ ଜିଲ୍ଲା ଧାମ ନଗର ବ୍ଲକ ଶ୍ୟାମପୁର ପାଇକ ସାହିରେ ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଭୟରେ ଘର ଲୋକ ସେହି ଘର ଛାଡି ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ସାପ ଦୁଇଟିଙ୍କୁ ଧରିବା ପାଇଁ ଘର ଲୋକ ଚାରିପଟେ ଜାଲ ବିଛାଇଥିଲେ । ଜାଲରେ ଦୁଇଟି ବିଷାକ୍ତ ସାପ ପଡିଥିଲେ । ଗୋଟିଏ ସାପ ଖସିଯାଇଥିବା ବେଳେ ଅନ୍ୟ ଏକ ସାପ ଧରା ପଡିଛି ।

ସୂଚନା ଯୋଗ୍ୟ କିଛିଦିନ ପୂର୍ବରୁ ସର୍ପଆଘାତରେ ମହିଳା ଙ୍କର ମୃତ୍ୟୁ ହୋଇଥିଲା । ଘର ଲୋକେ ସାପକୁ ଦେଖି ଭୟ ରେ ଘର ଛାଡିଥିଲେ । କିନ୍ତୁ ସାପ ଧରିବା କୁ ଘର ଓ ବାହାରେ ଜାଲ ଵିଛାଇଥିଲେ । ଏବେ ଦୁଇଟି ସାପ ଜାଲରେ ପଡିଲେ ଆଉ ଗୋଟିଏ ସାପ ଖସିଗଲା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମପୁର ପାଇକସାହି ଗାଁ ରେ । ସୂଚନା ଅନୁଯାୟୀ ଗାଁ ର ପାଣ୍ଡବ ସାହୁ ଙ୍କ ସ୍ତ୍ରୀ ମାନସୀ ଶୋଇବା ବେଳେ ଚିତ୍କାର କରିଥିଲେ । ଘର ଲୋକ ଙ୍କୁ କହିଥିଲେ ଯେ ସାପ କାମୁଡ଼ିଛି । ପରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭଦ୍ରକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା ।

ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିଲା । ମାନସୀ ଙ୍କ ମୃତ୍ୟୁ ପରେ ଘର ଲୋକେ ସେହି ଘରେ ନରହି ପଡୋଶୀ ଙ୍କ ଘରେ ଆଶ୍ରୟ ନେଇଛନ୍ତି । ସାପ କୁ ଧରିବା ପାଇଁ ସେମାନେ ଘର ଓ ବାହାରେ ଜାଲ ବିଛାଇଥିଲେ । ସଖାଳୁ ଗୋଟିଏ ନାଗ ସାପ ଜାଲ ରେ ପଡିଥିବା ବେଳେ ଜାଲ ଖୋଲିବା ବେଳେ ଆଉ ଗୋଟିଏ ସାପ ଖସିଯାଇ ଘର ଭିତରେ ଥିବା ଗାତ ରେ ପସିଯାଇଥିବା ସୂଚନା ମିଳିଛି । ତେବେ ବନବିଭାଗ କର୍ମଚାରୀ ନାଗ ସାପ ଟିକୁ ଉଦ୍ଧାର କରିଛନ୍ତି । ତେବେ କିଛିଦିନ ପୂର୍ବରୁ ସେହି ଗାଁ ର ବିଜୟ ଭୂୟାଁ ଙ୍କ ଘରୁ ୨୦୦ ରୁ ଅଧିକ ସାପ ଓ ସାପ ଛୁଆ ଙ୍କୁ ଉଦ୍ଧାର କରିଥିଲା ବନବିଭାଗ ।

   ସମ୍ବନ୍ଧିତ ଖବର


ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର

ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ