ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ହାଇୱା, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ ଓ ହେଲ୍ପର୍

କୋରାପୁଟ, ୨୦/୦୧ : ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ହାଇୱା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ଅଞ୍ଚଳରେ ଏକ ଚଳନ୍ତା ହାଇୱାରେ ନିଆଁ ଲାଗିଯାଇଛି । ତେବେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଯାଇଛନ୍ତି ।
ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ହାଇୱା ବକ୍ସାଇଟ ଅନ୍ଲୋଡିଂ କରି ପାହାଡ଼ ଉପରକୁ ଯାଉଥିଲା। ଏହି ସମୟରେ ହାଇୱାରେ ହଠାତ୍ ନିଆଁ ଲାଗିଯାଇଥିଲା। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଉଭୟ ଡ୍ରାଇଭର୍ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।