PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଟେଷ୍ଟ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟରଙ୍କ ବିଶ୍ବ ରେକର୍ଡ ଭାଙ୍ଗି ପାରନ୍ତି ଜେମ୍ସ ଆଣ୍ଡରସନ୍, ବାଜିରେ ଲାଗିଛି ଅନେକ ପୂର୍ବତନ ଷ୍ଟାର ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ ନିଜ ନାମରେ ଯୋଡ଼ିବାକୁ ଯାଉଛନ୍ତି ଏକ ଖାସ୍‌ ରେକର୍ଡ। ବିଶ୍ବ କ୍ରିକେଟର ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଏକ ଖାସ୍‌ ରେକର୍ଡର ବରାବରି କରି ପାରନ୍ତି ଆଣ୍ଡରସନ୍। ତେବେ ସଚିନଙ୍କ ରେକର୍ଡକୁ ବରାବରି କରିବାର ଅଭିଯାନ ଆଣ୍ଡରସନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ହିଁ ଆରମ୍ଭ କରିବେ। ଆଣ୍ଡରସନ୍‌ ଜୁଲାଇ ୧୦ ତାରିଖରେ ୩୯ ବର୍ଷରେ ପାଦ ଥାପିବେ। ସେ ଏବେ ବି ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ଆଣ୍ଡରସନ୍‌ ୧୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୧୪ ଓ୍ବିକେଟ ନେଇଛନ୍ତି। ଏହି ସମର ସିଜିନରେ ଇଂଲଣ୍ଡ ୭ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାରି ମଧ୍ୟରେ ଆଣ୍ଡରସନ୍‌ ବୋଲିଂ ବ୍ୟତୀତ ଅନ୍ୟ କିଛି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ନିଜ ନାମରେ ନୂଆରେକର୍ଡ ଯୋଡ଼ି ପାରନ୍ତି। ଏସବୁ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ମଧ୍ୟ ଅଛି।

ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେମଧ୍ୟରୁ ୯୪ଟି ଟେଷ୍ଟ ମ୍ୟାଚ୍‌ ଭାରତରେ ଖେଳିଛନ୍ତି ସଚିନ। ଆଗାମୀ ୭ଟି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଯଦି ରୋଟେସନ୍‌ ପଲିସିକୁ ବାଦ ଦିଏ ଆଉ ଆଣ୍ଡରସନ୍‌ ସମସ୍ତ ୭ଟି ମ୍ୟାଚ୍‌ ଖେଳନ୍ତି ତେବେ ସଚିନ ରେକର୍ଡ ଭାଙ୍ଗିବେ। ଆଉ ସ୍ବଦେଶରେ ଅଧିକା ଟେଷ୍ଟ ମ୍ୟାଚ୍‌ ଖେଳିବା ରେକର୍ଡ ଆଣ୍ଡରସନଙ୍କ ନାମରେ ହୋଇଯିବ। ଆଣ୍ଡରସନ୍‌ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୮୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ସାରିଛନ୍ତି। ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ୨ ଟି ଓ ଭାରତ ବିପକ୍ଷ ୫ଟି ମ୍ୟାଚରେ ଆଣ୍ଡରସନ୍‌ ଖେଳନ୍ତି ତେବେ ସେ ସଚିନଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହୋଇଯିବେ।

ଅପରପକ୍ଷରେ ସ୍ବଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବା ମାମଲାରେ ସଚିନ ତେନ୍ଦୁଲକର ଆଗରେ ଅଛନ୍ତି। ସେ ୯୪ଟି ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ରିକିଂ ପଣ୍ଟି (୯୨)। ତୃତୀୟ ସ୍ଥାନରେ ଇଂଲଣ୍ଡର ଆଲିଷ୍ଟର କୁକ୍, ନିଜେ ଆଣ୍ଡରସନ୍‌ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ଓ୍ବେ ଅଛନ୍ତି। ଆଣ୍ଡରସନ୍‌ ଇଂଲଣ୍ଡ ପକ୍ଷରୁ ଏହି ରେକର୍ଡକୁ ଭାଙ୍ଗି ନିଜ ନାମରେ କରି ପାରିବେ କାରଣ। କୁକ୍‌ ଓ ଆଣ୍ଡରସନ୍‌ ଉଭୟ ୮୯ଟି ମ୍ୟାଚ୍ ଖେଳିଛନ୍ତି। ଆଣ୍ଡରସନ୍‌ ଗୋଟିଏ ମ୍ୟାଚ୍‌ ଖେଳିଲେ କୁକଙ୍କୁ ପଛରେ ପକାଇ ନିଜ ନାମରେ କରି ନେବେ ଏହି ରେକର୍ଡ।

ଏଥିସହିତ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବା ମାମଲାରେ ମଧ୍ୟ ନୂଆ ରେକର୍ଡ କରି ପାରନ୍ତି ଆଣ୍ଡରସନ୍। କୁକ୍‌ ୧୬୧ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ୧୬୦ଟି ମ୍ୟାଚ୍‌ ଖେଳିଥିବା ଆଣ୍ଡରସନ୍‌ କୁକଙ୍କ ରେକର୍ଡ ଭାଙ୍ଗି ଇଂଲଣ୍ଡର ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବା କ୍ରିକେଟର ହୋଇଯିବେ।

ଅନ୍ୟପଟେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ତାଲିକାରେ ଥିବା ଶବିନାରାୟଣ ଚନ୍ଦ୍ରପାଲ (୧୬୪), ରାହୁଲ ଦ୍ରାବିଡ (୧୬୪), ଜ୍ୟାକ୍‌ କାଲିସ୍‌ (୧୬୬)ଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରନ୍ତି ଆଣ୍ଡରସନ୍। ଯଦି ବୋଲିଂକୁ ବିଚାର କରାଯାଏ ତେବେ ସ୍ବଦେଶରେ ୪୦୦ ଓ୍ବିକେଟ ନେବାରେ ବିଶ୍ବର ଦ୍ବିତୀୟ ବୋଲର ହୋଇପାରନ୍ତି ଆଣ୍ଡରସନ୍। ସ୍ବଦେଶରେ ୪୦୦ ଓ୍ବିକେଟ ନେବାକୁ ହେଲେ ତାଙ୍କୁ ଆଉ ୧୬ଟି ଓ୍ବିକେଟ ଦରକାର। ଆଣ୍ଡରସନ୍‌ ଇଂଲଣ୍ଡରେ ଏପର୍ଯ୍ୟନ୍ତ ୮୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୮୪ ଓ୍ବିକେଟ ନେଇଛନ୍ତି। ଶ୍ରୀଲଙ୍କାର ମୁଥୟା ମୂରଲୀଧରନ ୭୯ ଟି ମ୍ୟାଚ୍‌ ସ୍ବଦେଶରେ ଖେଳି ୪୯୩ ଟି ଓ୍ବିକେଟ ନେଇଛନ୍ତି। ତାଙ୍କ ପଛକୁ ଅନିଲ କୁମ୍ବଲେ ସ୍ବଦେଶରେ ୮୨ଟି ମ୍ୟାଚ୍‌ ଖେଳି ୩୩୪ଟି ଓ୍ବିକେଟ ନେଇଛନ୍ତି।

ସୂଚନାଥାଉକି, ଜୁନ୍‌ ୧୮ ତାରିଖରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳାଯିବ। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଫାଇନାଲ ମୁକାବିଲା ଖେଳିବା ପରେ ଇଂଲଣ୍ଡରେ ହିଁ ରହିବ କାରଣ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।