ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ, ୩୧/ ୧୦: ପରଲୋକରେ ହଲିଉଡର ଭେଟେରାନ ଅଭିନେତା ତଥା ଜେମ୍ସ ବଣ୍ଡ ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସିନ୍‌ କନେରି।ବହାମସରେ ରାତିରେ ଶୋଇଥିବା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ସିନ୍‌ କନେରି ବଡ଼ ପରଦାରେ ପ୍ରଥମ ଥର ପାଇଁ ଜେମ୍ସ ବଣ୍ଡ ଭୂମିକାରେ ଅଭିନୟ କରିଥିଲେ। ସେ ୭ଟି ଫିଲ୍ମରେ ଜେମମ୍ସ ବଣ୍ଡର ଅଭିନୟ କରିଥିଲେ। ଯାହା ଫଳରେ ସେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ ଓ ବଡ଼ ପରଦାର ବଡ଼ ଅଭିନେତା ପାଲଟି ଯାଇଥିଲେ। ଏପରିକି ୦୦୭ ଫ୍ରାଞ୍ଚାଇଜ୍‌ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ସିନ କନେରିଙ୍କ ନାମରେ ଥିଲା। ୧୯୬୨ରୁ ୧୯୮୩ ମଧ୍ୟରେ ନୋ ଟୁ ୟୁ ଲାଇଭ୍‌ ଟ୍ବାଇସ୍‌, ପ୍ଲସ୍‌ ଡାଇମଣ୍ଡସ୍‌ ଆର ଫରଏଭର ଏବଂ ନେଭର ସେ ନେଭର ଏଗେନ୍‌ରେ ସିନ୍‌ ମଧ୍ୟ ଅଭନୟ କରିଥିଲେ।

ବ୍ରେନ୍‌ ଦେ ପାଲ୍‌ମାରେ ପୋଲିସ ଅଧିକାରୀ ଭାବେ ରୋଲ୍‌ ପ୍ଲେ କରିଥିଲେ ସିନ୍‌। ଏଥିପାଇଁ ତାଙ୍କୁ ଓସ୍କାର ଆଓ୍ବାର୍ଡ ମିଳିଥିଲା। ଏହାସହ ଦୁଇଟି ବାଫତା ପୁରସ୍କାର, ୩ଟି ଗୋଲ୍ଡେନ୍‌ ଗ୍ଲୋବ୍‌ସ ଆଓ୍ବାର୍ଡ ମଧ୍ୟ ଜିଣିଛନ୍ତି ସିନ୍‌ କନେରି।

ଏହାବ୍ୟତୀତ ସିନ୍‌ ମେରାଇନ୍‌(୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍‌ (୧୯୭୪), ଦ ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ(୧୯୭୫), ଦ ନେମ୍‌ ଅଫ ଦ ରୋଜ୍ (୧୯୮୬), ହାଇଲ୍ୟାଣ୍ଡର (୧୯୮୬), ଫାଇଣ୍ଡିଙ୍ଗ ଫରେଷ୍ଟର(୨୦୦୦)ଭଳି ଅନେକ ଫିଲ୍କ କରିଛନ୍ତି ସିନ୍‌ କନେରି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍