PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଜାମିୟା ହିଂସାକାଣ୍ଡକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ: ‘ଛାତ୍ର ବୋଲି ମିଳିବ ନାହିଁ ଉପଦ୍ରବ କରିବାର ଅଧିକାର, ହିଂସାକାଣ୍ଡ ବନ୍ଦ ହେଲେ ହିଁ ହେବ ଶୁଣାଣି’

ନୂଆଦିଲ୍ଲୀ,୧୬।୧୨: ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସା ଘଟଣା ନେଇ ହୋଇଥିବା  ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।  ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର    ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ କହିଛନ୍ତି, ପ୍ରଥମେ ଦଙ୍ଗା ବନ୍ଦ ହେଉ ତା ପରେ ଶୁଣାଣି କରାଯିବ। ଏସବୁ ଚାଲିଥିବା ବେଳେ କୌଣସି ଶୁଣାଣି କରାଯିବ ନାହିଁ। ଯଦି କାଲି ହିଂସାକାଣ୍ଡ ଘଟିବନି ତେବେ ଆମେ ଏ ପ୍ରସଙ୍ଗରେ ଶୁଣାଣି କରିବୁ। ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ଜାମିୟା ହିଂସାକୁ ନେଇ ଦୁଇଟି ମାମଲା ରୁଜୁ କରିଛନ୍ତି।

ଉଲ୍ଲେଖନୀୟ ଯେ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟର ଘଟଣାକୁ ଅଦାଲତ ନିଜଆଡୁ  ବିଚାରକୁ ନେଉ ବୋଲି  ବରିଷ୍ଠ ଆଇନଜୀବି  ଇନ୍ଦିରା ଜୟସିଂହ ଆବେଦନ କରିଥିଲେ। ଜୟସିଂହ କୋର୍ଟଙ୍କୁ କହିଥିଲେ ଯେ, ସମଗ୍ର ଦେଶରେ ମାନବିକ ଅଧିକାର କ୍ଷୁଣ୍ଣ ହେବା ବଡ଼ ସାଙ୍ଘାତିକ କଥା।

ଏନେଇ ସୁପ୍ରିମକୋର୍ଟର  ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଛନ୍ତି, ହିଂସାକାଣ୍ଡ ପରିସ୍ଥିତି ମଧ୍ୟରେ ଶୁଣାଣି ସମ୍ଭବ ନୁହେଁ।  ଛାତ୍ର ହେଲେ ବୋଲି ସେମାନେ ଆଇନଶୃଙ୍ଖଳା ହାତକୁ ନେଇଯିବେ ତାହା ଠିକ୍ ନୁହେଁ। ପରିସ୍ଥିତି ଶାନ୍ତ ହେବା ପରେ ଏ କଥାର ନିଷ୍ପତ୍ତି ନିଆଯିବ। କୌଣସି ଘଟଣା ଉପରେ ନିଷ୍ପତ୍ତି ନେବାର ମାନସିକ ଅବସ୍ଥା ଏଇଟା ନୁହେଁ। ହିଂସା ପ୍ରଥମେ ବନ୍ଦ ହେଉ।