PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ହାଇକୋର୍ଟରେ ନାମଞ୍ଜୁର

ସମ୍ବଲପୁର,: ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ସମ୍ବଲପୁର ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ନାମଞ୍ଜୁର ଗତ ଜାନୁଆରୀ ମାସରୁ ହୋଇସାରିଥିଲା । ଆଉ ଆଜି ମାନ୍ୟବର ହାଇକୋର୍ଟ ମଧ୍ୟ ତାର ଜାମିନକୁ ନାମଞ୍ଜୁର କରି ଦେଇଛନ୍ତି । ମାମଲାର ଗମ୍ଭୀରତାକୁ ବିଚାରକୁ ନେବା ସହିତ ଏହାର ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ଅଭିଯୁକ୍ତର ଜାମିନକୁ ନାମଞ୍ଜୁର କରାଯାଇଥିବା ନେଇ ବିଚାରପତି ଦର୍ଶାଇଛନ୍ତି । ଗତ ୨୦୧୧ ମସିହାରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ସମ୍ବଲପୁର ନନ୍ଦପଡାର ଜୟଶ୍ରୀ ମିଶ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଗତବର୍ଷ ଜୁଲାଇ ମାସରେ ପୁଲିସ ସ୍ପଷ୍ଟ କରିଥିଲା ।

ଆଉ ଦୀର୍ଘ ୮ ବର୍ଷ ଧରି ଷ୍ଟେସନ୍‌ ଡାଏରି କରି ଚୁପ୍‌ ବସିଥିବା ଟାଉନ ଥାନା ପୁଲିସ ଗତବର୍ଷ ଜୁଲାଇ ୨୧ ତାରିଖରେ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା । ଏହାପରେ ବୁର୍ଲା ଥାନା ଅନ୍ତର୍ଗତ ବଡସିଂହାରୀ ନିକଟରେ ହତ୍ୟା କରାଯାଇଥିବା ସୂଚନା ପାଇ ଏକାଧିକ ବାର ଜେସିବି ମେସିନ୍‌ ଲଗାଇ ଖନନ କରିଥିଲା । ଆଉ ସେଠାରୁ ସଂଗୃହୀତ କିଛି ମୁଣ୍ଡର ଖପୁରୀକୁ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇଥିଲା । ତେବେ, କିଛି ମାସ ପୂର୍ବରୁ ପୁଲିସ ଏହି ସମ୍ବେଦନଶୀଳ ମାମଲାର ଚାର୍ଜସିଟ୍‌ ଦାଖଲ କରିସାରିଥିବା ବେଳେ ବସନ୍ତ ପଣ୍ଡା ବର୍ତ୍ତମାନ ସୁଦ୍ଧା ଜେଲ୍‌ରେ ଅଛି ।

ଏହାର ବିଚାର ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଚାଲିଥିବା ବେଳେ ଜୟଶ୍ରୀଙ୍କ ଝିଅ ବିଜୟିନୀ ମାଁଙ୍କୁ ନ୍ୟାୟ ଦେବାକୁ ତାଙ୍କ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଗତ ଜାନୁଆରୀ ମାସରେ ବସନ୍ତ ସମ୍ବଲପୁର ଅତିରିକ୍ତ ସେସନ୍ସ ଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଏହା ନାମଞ୍ଜୁର ହୋଇଥିଲା । ଏହାପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଆଉ ଆଜି ଭିଡିଓ କନଫରେନ୍ସ ଜରିଆରେ ଏହାର ଶୁଣାଣି ହୋଇଥିଲା । ଜଷ୍ଟିସ୍‌ ଏସ୍‌.କେ. ସାହୁ ଏହାର ଶୁଣାଣି କରି ମାମଲାର ଗମ୍ଭୀରତା ଦୃଷ୍ଟିରୁ ଜାମିନ ସମ୍ଭବପର ନୁହେଁ ବୋଲି ନାକଚ କରି ଦେଇଛନ୍ତି । ବିଜୟିନୀଙ୍କ ପକ୍ଷରୁ ବିଶ୍ୱଜିତ ପଶାୟତ ଏବଂ ସୌମ୍ୟ ସୁନ୍ଦର ଦାସ ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର