PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବାନ୍ଦୀପୋରାରେ ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା

ବାନ୍ଦୀପୋରା, ୨୪/୦୭ : ସୁରକ୍ଷାବାହିନୀକୁ ବଡ଼ ସଫଳତା। ଜାମ୍ମୁ କାଶ୍ମୀରର ବାନ୍ଦୀପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ। ସେନା ଗୁଳିରେ ୨ ଆତଙ୍କବାଦୀ ନିହତ। ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ବାନ୍ଦୀପୋରାର ସୋକବାବା ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବାନ୍ଦୀପୋରା ପୋଲିସ, ସେନାର ୧୩ ଏବଂ ୧୪ ଆରଆର ଓ ସିଆରପିଏଫ୍ ଯବାନଙ୍କ ଏକ ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷାବାହିନି ଏହାର ପ୍ରତି ଜବାବ ଦେଇଥିଲା। ଫଳରେ ସେନା ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କୀଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।

ସମ୍ବନ୍ଧିତ ଖବର