ଲଜ୍ଜା: ଦୀର୍ଘ ବର୍ଷ ଧରି ଝିଅକୁ ବଳାତ୍କାର କରି ଚାଲିଥିଲା ବାପା, ଶେଷରେ ଝିଅ କଲା ଏଭଳି…

ଶ୍ରୀନଗର,୧୩।୪: ଝିଅଟିଏ ନିଜ ପାଇଁ ସବୁଠାରୁ ସୁରକ୍ଷିତ  ସ୍ଥାନ ନିଜ ଘରକୁ ଏବଂ ସୁରକ୍ଷା ଦେଉଥିବା ଲୋକଙ୍କ ଭିତରେ ନିଜ ବାପା-ମାଙ୍କୁ ହିଁ ଦେଖିଥାଏ। କିନ୍ତୁ ରକ୍ଷକ ଯଦି ଭକ୍ଷକ ହୋଇଯାଏ ତା ହେଲେ ଦୁନିଆରେ ଆଉ କେହି ସୁରକ୍ଷା ଦେବା ସମ୍ଭବ ନୁହେଁ। ଏଭଳି ଏକ ଘଟଣା ଘଟିଛି ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ। ଏଠାରେ ଘଟିଛି ଏକ ଲଜ୍ଜା ଜନକ ଘଟଣା, ଯାହାକି ବାପା-ଝିଅର ପବିତ୍ର ସମ୍ପର୍କକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ। ବର୍ଷ ବର୍ଷ ଧରି ଜଣେ ବାପା ତା’ର ଝିଅକୁ ବଳାତ୍କାର କରିଚାଲିଥିଲା, ଯାହାକୁ ସହି ନପାରି ଝିଅଜଣକ ଆତ୍ମହତ୍ୟା କରିଛି ଆଜି। ପୋଲିସର କହିବା ଅନୁସାରେ ବିଷ ଖାଇବା ପରେ ଝିଅଟିକୁ ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିସାରିଛି ଓ ମେଡିକାଲ ଏବଂ ଅନ୍ୟ ସମସ୍ତ ପ୍ରକାର ଔପଚାରିକ କାର୍ଯ୍ୟ ପାଇଁ ଝିଅଟିର ମୃତଦେହକୁ ନିଜ କଷ୍ଟଡିରେ ନେଇଛି।

ପୀଡିତାଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ ତାଙ୍କର ଦାଦା ମଧ୍ୟ ନିଜ ଝିଅ ସହିତ ଏଭଳି ବଳାତ୍କାର କରୁଥିଲେ। ଯେତେବେଳେ ତାଙ୍କ ବାପାକୁ ଏ ବିଷୟରେ ଜଣାପଡିଥିଲା ସେ ମଧ୍ୟ ନିଜର ଝିଅ ସହିତ ଏଭଳି କରିବା ଆରମ୍ଭ କରିଦେଇଥିଲା। ମୃତ ଝିଅଟିର ଭଉଣୀର କହିବା ଅନୁସାରେ, ବହୁ ବର୍ଷ ହେବ ଭଉଣୀଙ୍କୁ ତାଙ୍କ ବାପା ବଳାତ୍କାର କରିଆସୁଥିଲେ। କାହାକୁ କହିଲେ ଜୀବନରେ ମାରିଦେବାକୁ ଭୟ ଦେଖାଇ ଏଭଳି କରୁଥିଲା ଏପରିକି ସେ କହିଛନ୍ତି ତାଙ୍କୁ ମଧ୍ୟ ବଳାତ୍କାର କରିବାକୁ ଚେଷ୍ଟା କରାଯାଇଛି। ଏହି ବିଷୟରେ ସେ ଯେତେବେଳେ ତାଙ୍କ ଜେଜେ ବାପାଙ୍କୁ କହିଥିଲେ। ସେ ତାଙ୍କୁ ସମର୍ଥନ ନକରି କଥାକୁ ଲୁଚାଇ ଦେବାକୁ କହିଥିଲେ, ବାହାରେ କହିଲେ ତାଙ୍କ ପରିବାରର ସମ୍ମାନ ପଳାଇବ ବୋଲି କହି ତାଙ୍କୁ ବୁଝାଇଥିଲେ।

   ସମ୍ବନ୍ଧିତ ଖବର


ଚାକିରୀ ପାଇଁ ହତ୍ୟାକାରୀ ସାଜିଲା ପୁଅ: ୩୫ ବର୍ଷ ଧରି ହତାସ ହେବା ପରେ ବାପାର ଗଳା କାଟି ହତ୍ୟା କଲା କୁଳାଙ୍ଗାର ପୁଅ

ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର, ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହେଲେ ପାଣୁ ଚରଣ ମଣ୍ଡଳ

କିନ୍ନରଙ୍କ ଆତଙ୍କ ରାଜ: ଫୁଲ ଦୋକାନୀଙ୍କୁ ନିସ୍ତୁକ ପିଟିଲେ, ଟେକି ଫିଙ୍ଗିଦେଲେ…

‘ପ୍ରମେୟ’ ପ୍ରତିନିଧିଙ୍କୁ ପୁଲିସ ହାଜତରେ ଥାର୍ଡ ଡିଗ୍ରୀ: ଏନ୍‍ଏଚ୍‍ଆର୍‌ସିରେ ମାମଲା, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିସନ୍‌ଙ୍କ ନିର୍ଦ୍ଦେଶ

କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ଦକ୍ଷିଣ ଓଡ଼ିଶା ଲିଙ୍କ୍ ମିଳିବା ପରେ ଗଞ୍ଜାମରେ ଚଢ଼ଉ କରୁଛି କଟକ ପୁଲିସ ସ୍ବତନ୍ତ୍ର ଟିମ୍,ଚାଲିଛି ଜୋରଦାର ଛାନ୍‌ଭିନ୍‌

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ