ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ: ଅଭିଯୁକ୍ତ ଗିରଫ

source:zeenews.india.com
ଜମ୍ମୁ ୭/୩: ଜମ୍ମୁରେ ବସ୍ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ ବିସ୍ଫୋରଣର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଜଣକ ଗ୍ରେନେଡ୍ ଫୋପାଡି ପଳାଉଥିବା ସମୟରେ କାବୁ କରିଥିଲା ପୋଲିସ । ଅଭିଯୁକ୍ତର ନାଁ ୟାସିର ଅରହାନ । ଏହି ବିସ୍ଫୋରଣରେ ଜଣେ କିଶୋରର ମୃତ୍ଯୁ ହେବା ସହିତ ୩୨ ଜଣ ଆହତ ହୋଇଛନ୍ତି ।
ଗତ ବର୍ଷ ମେ ମାସରୁ ଆରମ୍ବ କରି ଏପର୍ଯ୍ୟନ୍ତ ବସ୍ ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହା ତୃତୀୟ ଆକ୍ରମଣ । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଉତ୍ତରାଖଣ୍ଡ ହରିଦ୍ୱାରର ଜଣେ ୧୭ ବର୍ଷୀୟ ଅଧିବାସୀ ମୋହମ୍ମଦ ସରିକଙ୍କ ହସ୍ପିଟାଲରେ ମୃତ୍ଯୁ ହୋଇଯାଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା ୩୩ ଜଣଙ୍କ ମଧ୍ୟରେ ସେ ମଧ୍ଯ ସାମିଲ ଥିଲା । ଅନ୍ୟ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ଅଧିକାରୀଙ୍କ ସୂଚନା ଅନୁସାରେ ୧୧ କଶ୍ମୀରର, ୨ ବିହାରର, ଛତିଶଗଡ ଏବଂ ହରିୟାଣାର ଜଣେ ଜଣେ ବ୍ଯକ୍ତି ଅଛନ୍ତି ।
ଅଧିକ ପଢନ୍ତୁ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ, ୨୮ ଆହତ