ନବରାତ୍ରୀରେ ମା’ ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ମିଳିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଉପହାର; ପୂର୍ବାପେକ୍ଷା ଲାଗିବ ୪ ଘଣ୍ଟା କମ୍ ସମୟ

ନୂଆଦିଲ୍ଲୀ ୨୦।୯: ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର। କାରଣ ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ । ତେବେ ଚଳିତ ମାସ ଶେଷ ସପ୍ତାହରୁ ନବରାତ୍ରୀ ଆରମ୍ଭ ହେଉଛି।

ମିଳିଥିବା ସୁଚନାନୁସାରେ, ନବରାତ୍ରୀ ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ଦେବାଲାଗି ଏଭଳି କରାଯିବ ବୋଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳ ବୈଷ୍ଣୋଦେବୀକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ବନ୍ଦେ ଭାରତ ଏକ୍ସପ୍ରେସରେ କମ୍ ସମୟ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଯାତ୍ରା କରିପାରିବେ।

ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଏଯାଏଁ ୬୦ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଛନ୍ତି । ଏମାନେ ଅଧିକାଂଶ ଜମ୍ମୁ ଓ କଟରା ଆସୁଥିବା ଟ୍ରେନ ଉପରେ ଭରସା କରିଥାନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପରେ ଦିଲ୍ଲୀରୁ କଟରା ଯାତାୟତ ସମୟରେ ୪ ଘଣ୍ଟା କମ ହୋଇଯିବ। ଫଳରେ ଆଗରୁ ୧୨ ଟଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ଆଠ ଘଣ୍ଟା ସମୟ ଲାଗିବ । ରେଳ ପ୍ରବକ୍ତାଙ୍କ କହିବାନୁସାରେ, ବନ୍ଦେ ଭାରତ ଏକ୍ସପ୍ରେସ୍ ଦ୍ବାରା ସବୁଠୁ ଅଧିକ ଲାଭ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ହେବ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର