କୁପୱାଡାରେ ଆତଙ୍କବାଦୀ-ସୁରକ୍ଷାବଳ ମୁହାଁମୁହିଁ, ୨ ଆତଙ୍କୀ ସଫା

source:zeenews.india.com
ଶ୍ରୀନଗର ୩/୧: ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାରେ ଭାରତୀୟ ସୁରକ୍ଷାବଳ ୨ ଆତଙ୍କୀଙ୍କୁ ସଫା କରିଛନ୍ତି । ଏହି ମୁହାଁମୁହିଁ କୁପୱାଡାର ହନ୍ଦୱାଡାରେ ହୋଇଥିଲା । ଏହି ଅପରେସନକୁ ସେନା, ସିଆରପିଏଫ ଓ ଜମ୍ମୁ କଶ୍ମୀର ପୋଲିସର ମିଳିତ ଟିମ୍ ସଫଳ କରିଛନ୍ତି ।
ଗତ ରାତିରେ ଏହି ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିବାର ସୂଚନା ମିଳିଥିଲା । ସୂଚନା ମିଳିବା ପରେ ସକାଳେ ଭୋର୍ ୫ଟା ସମୟରେ ସର୍ଚ୍ଚ ଆରମ୍ବ ହୋଇଥିଲା । ଏହି ସମୟରେ ଆତଙ୍କୀମାନେ ସୁରକ୍ଷାବଳଙ୍କ ଉପରଙ୍କୁ ଗୁଳି ଚଳାଇଥିଲେ । ଏହା ପରେ ସୁରକ୍ଷାବଳ ପାଲଟା ଜବାବ ଦେଇଥିଲେ । ଏହି ଫାୟାରିଂରେ ୨ ଜଣ ଆତଙ୍କୀ ସଫା ହୋଇଛନ୍ତି ।