ପୁଞ୍ଚ ଓ ରାଜୌରି ଜିଲ୍ଲାରେ ନିର୍ମାଣ ହେବ ୪୦୦ରୁ ଅଧିକ ବଙ୍କର

ଜମ୍ମୁ,୨।୩: ଜମ୍ମୁ-କଶ୍ମୀର ପ୍ରଶାସନ ଆଜି ପୁଞ୍ଚ ଓ ରାଜୌରି ଜିଲ୍ଲାରେ ୪୦୦ରୁ ଅଧିକ ଅତିରିକ୍ତ ବ୍ୟକ୍ତିଗତ ବଙ୍କର ନିର୍ମାଣ କରିବାର ମଞ୍ଜୁରୀ ପ୍ରଦାନ କରିଛି। ଗତ ୫ ଦିନରେ ଏହି ଦୁଇ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଗୁଳିକାଣ୍ଡ ଆରମ୍ଭ ହୋଇଛି। ଏକ ସରକାରୀ ମୁଖପାତ୍ର କହିଛନ୍ତି ସୀମା ଆରପଟୁ ଗୁଳିକାଣ୍ଡକୁ ଦେଖି ସରକାର ପୁଞ୍ଚ ଓ ରାଜୌରି ଜିଲ୍ଲା ପାଇଁ ୨୦୦-୨୦୦ ଅତିରିକ୍ତ ବ୍ୟକ୍ତିଗତ ବଙ୍କରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ପ୍ରଶାସନ ଏହି ବଙ୍କରକୁ ଦ୍ରୁତ ଗତିରେ ନିର୍ମାଣ କରିବା ଆରମ୍ଭ କରିବାର ନିର୍ଦେଶ ଦେଇଛି ଓ କହିଛି ଏ ବିଷୟରେ କୋଷ ଗ୍ରାମୀଣ ବିକାଶ ବିଭାଗ ଜରିଆରେ ସମ୍ପୃକ୍ତ ଡେପୁଟି କମିଶନରଙ୍କ ପାଖରେ ରହିବ। କମିଶନର କହିଛନ୍ତି ନିର୍ଦ୍ଧାରିତ ଆଦେଶ ଅନୁସାରେ ଏହି ବଙ୍କର ଆଗାମୀ ଏକ ମାସ ମଧ୍ୟରେ ନିର୍ମାଣ କରାଯିବ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୀମାପାରରୁ ହେବାକୁ ଥିବା ଗୁଳିମାଡ ବେଳେ ବଙ୍କର ବିଶେଷ ଭାବରେ ପ୍ରଭାବିତ ହେବ। ଏହି ଗୁଳିକାଣ୍ଡ ବେଳେ ସୀମା ନିକଟ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନିଆଯିବ।