ଗୁଇନ୍ଦା ବିଭାଗର ସୂଚନା, ବାଇକରେ ଆସି ପୁଲଓ୍ବାମା ଭଳି ଆଉ ଏକ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ,୧୪।୪: ଆତଙ୍କବାଦୀମାନେ ପୁଣିଥରେ ପୁଲଓ୍ବାମା ଭଳି ଆଉ ଏକ ବଡଧରଣର ଆକ୍ରମଣ କରିବାର ଯୋଜନା କରିଛନ୍ତି। ଏ ସମ୍ପର୍କରେ  ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାରଣରୁ କଶ୍ମୀର ଘାଟିରେ ରେଡ ଆଲର୍ଟ ଜାରି କରିଦିଆଯାଇଛି। ଏବେ ସାରା ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଆତଙ୍କବାଦୀମାନେ    ଆକ୍ରମଣ କରିବାକୁ  ଉଦ୍ୟମ କରୁଥିବା କଥା ନିଶ୍ଚିତ ପକ୍ଷେ ଦେଶ ପାଇଁ ଆଉ ଏକ ବଡ ବିପଦ ହୋଇପାରେ। ଏହାଛଡା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆତଙ୍କବାଦୀମାନେ ଆକ୍ରମର ପାଇଁ ବାଇକ୍ ବ୍ୟବହାର କରିପାରନ୍ତି। ରିମୋଟ୍ କଣ୍ଟ୍ରୋଲ୍ ବ୍ୟବହାରକାରୀ ଆତଙ୍କବାଦୀମାନେ ଜାତୀୟ ରାଜପଥରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଛନ୍ତି ବୋଲି  ଗୁଇନ୍ଦା ଏଜେନ୍ସି କହିଛି।

source: https://hindi.indiatvnews.com

ଗୁଇନ୍ଦା ବିଭାଗ ଠାରୁ ଏହି ସୂଚନା ମିଳିବା ପରେ   ସକାଳ ୯ଟା ପରେ  ଜାତୀୟ ରାଜପଥରେ ସହିତ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଜାତୀୟ ରାଜପଥରେ ରେଡ ଆଲର୍ଟ ଜାରି କରିଦିଆଯାଇଛି। ଏହି ଆକ୍ରମଣରେ ପୁଲଓ୍ବାମା ଭଳି ଆଇଆଇଡି ବ୍ୟବହାର କରାଯାଇପାରେ।ବିସ୍ଫୋରଣ ପାଇଁ ବାଇଖ୍ ଏବଂ ଅନ୍ୟାନ୍ୟ ଗାଡ଼ିରେ ବ୍ୟବହୃତ ରିମୋଟ୍ ଆଲାର୍ମ ବା ଚାବି ଆତଙ୍କବାଦୀମାନଙ୍କର ପ୍ରମୁଖ ଉପକରଣ ପାଲଟିଥିବା କଥା ଜାମ୍ମୁ ଓ କଶ୍ମୀରର କାଉଣ୍ଟର୍-ଟେରରିଜମ୍ ଗ୍ରିଡ୍ ରିପୋର୍ଟ ଦେଇଛି।  

   ସମ୍ବନ୍ଧିତ ଖବର


ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ